News

ବନ୍ୟା ବେଳେ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ଚର୍ଚ୍ଚାରେ ୧୨ ବର୍ଷର ବାଳକ

Venkatesh

କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପ୍ଳାବିତ ଗୋଟାଏ ପୋଲ ଉପରେ ଅଟକି ରହିଥିବା ଗୋଟାଏ ଆମ୍ବୁଲାନ୍ସକୁ ବାଟ କଢ଼େଇଛି ଜଣେ ୧୨ ବର୍ଷିୟ ବାଳକ। ବର୍ତ୍ତମାନ ଏହି ବାଳକର ସାହସିକତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାହସି ବାଳକ ଭେଙ୍କଟେଶ  ରାୟଚୁର ଜିଲ୍ଲାର ହିରେରାୟନକୁମ୍ପି ଗାଁରେ ରହୁଛନ୍ତି।  ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି।

ସୂଚନାମୁତାବକ, ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଭେଙ୍କଟେଶ ସାଙ୍ଗମାନଙ୍କ ସହ ନଈକୂଳରେ ଖେଳୁଥିବା ବେଳେ ସାହାଯ୍ୟ କରିବା ପାଇଁ ତାଙ୍କୁ ଆମ୍ବୁଲାନ୍‌ସ୍‌  ଡ୍ରାଇଭର୍ ଡାକିଥିଲେ।
ଏହାପରେ ସେ ଅଣ୍ଟାଏ ପାଣିରେ ପଶି ଡ୍ରାଇଭରଙ୍କୁ ପୋଲ ପାରି ହେବାରେ ସାହାଯ୍ୟ କରିଥିଲେ।

 ୭୩ ତମ ସ୍ବାଧୀନତା ଦିବସରେ ପୁରସ୍କାର ଦେଇ ସମ୍ମାନିତ କରାଗଲା। 

ଗତକାଲି ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି। ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନେ ଭେଙ୍କଟେଶର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଘଟଣାଟି ପ୍ରଘଟ ହେବା ପରେ ସାହସିକ କାର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତେ ଭେଙ୍କଟେଶକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି।

 

ପଢନ୍ତୁ: ମହାନଦୀରେ ଆସୁଛି ହୀରାକୁଦ ଛାଡ଼ିଥିବା ବନ୍ୟାଜଳ

Related posts

ପାକିସ୍ତାନର F-୧୬ ବିମାନକୁ ଖସାଇଲା ଭାରତ

ENO Beuro

ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା

ENO Beuro

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

ENO Beuro

Leave a Comment