News

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ଦୁଇଭାଇ ଟିକେ ଭଲ ଅଛନ୍ତି - ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ଯୋଡା ମୁଣ୍ଡର ଅସ୍ତ୍ରୋପଚାର ପରେ ଅଲଗା ହେଇଥିବା କନ୍ଧମାଳର ଦୁଇଭାଇ ଜଗା ବଳିଆଙ୍କ ସ୍ୱାସ୍ଥ୍ୟକୁ ନେଇ ପୁରା ରାଜ୍ୟ ବାସୀ ପ୍ରାର୍ଥନା କରୁଛି । କେମିତି ସେମାନେ ଭଲହେଇ ଘରକୁ ଆସିବେ ଓ ଆଗଭଳି ଖେଳିବେ ଏନେଇ ପୁରା ଡାକ୍ତର ଟିମ ସହ ରାଜ୍ୟବାସୀ ମଧ୍ୟ ଚିନ୍ତିତ ଅଛନ୍ତି । ଅସ୍ତ୍ରୋପଚାର ପରେ ସେମାନେ ଆଇସିୟୁ ରେ ଅଛନ୍ତି । ଏବେ ଦୁଇଭାଇ ଟିକେ ଭଲ ଅଛନ୍ତି ବୋଲି ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି ।

ଦୁଇ ଶିଶୁଙ୍କ ଶ୍ୱାସକ୍ରିୟା ଏବଂ ରକ୍ତ ସଂଚାଳନ ମଧ୍ୟ ଠିକ୍ ଚାଲିଛି । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୨୦ ଜଣିଆ ଡାକ୍ତରୀ ଟିମ୍ ଦୁଇ ଶିଶୁଙ୍କର ପ୍ରତି ମିନିଟର ଖବର ରଖୁଛନ୍ତି ।

ଏମ୍ସର ଡାକ୍ତରମାନେ କହିଛନ୍ତି ଜଗା, ଡାକ୍ତରଙ୍କ କଥା କିମ୍ବା ଠାରକୁ ବୁଝିପାରୁଛି । ଅର୍ଥାତ୍ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟ ବସ୍ଥାରେ ଶୀଘ୍ର ପରିବର୍ତ୍ତନ ଆସୁଛି । ତେବେ କିଡନୀ ଜନିତ ସମସ୍ୟା କାରଣରୁ ଜଗାକୁ ଡାଏଲିସିସରେ ରଖାଯାଇଛି । ତେବେ ଡାକ୍ତରମାନେ ଆଶା ରଖିଛନ୍ତି ୧୦ରୁ ୧୫ ଦିନ ମଧ୍ୟରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ । କିନ୍ତୁ ଜଗା-ବଳିଆ ଏବେ ସଂପୂର୍ଣ୍ଣ ଠିକ୍ ହୋଇଯାଇଛନ୍ତି ବୋଲି କହିହେବ ନାହିଁ । ଏ ବିଷୟରେ ସଂକେତ ଦେଇ ଦିଲ୍ଲୀର ଏମ୍ସ ହସ୍ପିଟାଲ କହିଛି- ଅସୁସ୍ଥତା କାରଣରୁ ସେମାନଙ୍କୁ ୭ରୁ ୧୦ ଦିନ ଆଇସିୟୁରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟବସ୍ଥା ଦେଖି ଏହି ଅବଧି ବଢ଼ାଇ ପାରନ୍ତି ଡାକ୍ତର ।

ଦୁଇଭାଇ ଟିକେ ଭଲ ଅଛନ୍ତି - ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

Related posts

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ENO Beuro

ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

ENO Beuro

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ENO Beuro

3 comments

Leave a Comment