Loading...

twitter ରେ କେବଳ ବ୍ଲୁ ଟିକ୍ ନୁହେଁ ଗୋଲ୍ଡ, ଗ୍ରେ ଓ ବ୍ଲୁ ଚେକ୍ ମାର୍କ ଭଳି ମିଳିବ ଅନେକ ସୁବିଧା

twitter ରେ କେବଳ ବ୍ଲୁ ଟିକ୍ ନୁହେଁ ଗୋଲ୍ଡ, ଗ୍ରେ ଓ ବ୍ଲୁ ଚେକ୍ ମାର୍କ ଭଳି ମିଳିବ ଅନେକ ସୁବିଧା

ଏଲନ ମସ୍କ ତାଙ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଏ ନେଇ ମସ୍କ ଶୁକ୍ରବାର ଏକ ଟ୍ୱିଟ୍‌ କରିଥିବା ବେଳେ ଭେରିଫିକେସନ ଲାଗି କମ୍ପାନୀର ପ୍ରିମିୟମ ସବସ୍କ୍ରିପସନ ସର୍ଭିସ୍ ଟ୍ୱିଟର ବ୍ଲୁକୁ ୨ ଡିସେମ୍ବରରେ ରି ଲଞ୍ଚ କରାଯିବ।

ଏଲନ ମସ୍କ ତାଙ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଏ ନେଇ ମସ୍କ ଶୁକ୍ରବାର ଏକ ଟ୍ୱିଟ୍‌ କରିଥିବା ବେଳେ ଭେରିଫିକେସନ ଲାଗି କମ୍ପାନୀର ପ୍ରିମିୟମ ସବସ୍କ୍ରିପସନ ସର୍ଭିସ୍ ଟ୍ୱିଟର ବ୍ଲୁକୁ ୨ ଡିସେମ୍ବରରେ ରି ଲଞ୍ଚ କରାଯିବ। ଏଥିରେ ମସ୍କ କହିଛନ୍ତି ଯେ ଟ୍ୱିଟର କମ୍ପାନୀମାନଙ୍କ ଲାଗି ଗୋଲ୍ଡ ଚେକ୍‌ ମାର୍କ, ସରକାରମାନଙ୍କ ଲାଗି ଗ୍ରେ ଚେକ୍ ମାର୍କ ଓ ଇଣ୍ଡିଭିଜୁଆଲସ୍ (ସେଲିବ୍ରିଟି ହୋଇଥାନ୍ତୁ କି ନ ହୋଇଥାନ୍ତୁ) ବ୍ଲୁ ଚେକ୍‌ ମାର୍କ ଜାରି କରିବ।

ମସ୍କ ଟ୍ୱିଟରରେ ଜନୈକ ୟୁଜରଙ୍କ ସର୍ଭିସ ପୁଣି ଆରମ୍ଭ କରିବାରେ ବିଳମ୍ବ ଲାଗି କ୍ଷମାଯାଚନା କରି ଜବାବ ରଖିଛନ୍ତି ଯେ କମ୍ପାନୀ ଅସ୍ଥାୟୀ ରୂପରେ ଡିସେମ୍ବର ୨ ତାରିଖ ଦିନ ତାର ଭେରିଫିକେସନ ସର୍ଭିସ ଲଞ୍ଚ କରିବ। ମସ୍କଙ୍କ ଅନୁସାରେ ଟ୍ୱିଟର ୩ ପ୍ରକାର ଆକାଉଣ୍ଟ ମଧ୍ୟରେ ଅନ୍ତର କରିବା ଲାଗି ଅଲଗା ଅଲଗା ଚେକ୍ ମାର୍କର ବ୍ୟବହାର କରିବ।ମସ୍କ ଟ୍ୱିଟ୍‌ରେ କହିଛନ୍ତି ଯେ କମ୍ପାନୀମାନଙ୍କ ଲାଗି ଗୋଲ୍ଡ ଚେକ୍, ସରକାରମାନଙ୍କ ଲାଗି ଗ୍ରେ ଚେକ୍  ଓ ଇଣ୍ଡିଭିଜୁଆଲସଙ୍କ ଲାଗି ବ୍ଲୁ ଚେକ୍ ଏବଂ ସବୁ ଭେରିଫାଏଡ ଆକାଉଣ୍ଟସକୁ ମାନୁଆଲି ପ୍ରମାଣିତ କରାଯିବ। ଏହା ଯନ୍ତ୍ରଣା ଦାୟକ ହେଲେବି ଆବଶ୍ୟକ ବୋଲି ମସ୍କ କହିଛନ୍ତି। ଏହା ପୂର୍ବରୁ ବ୍ଲୁ ଟିକ୍‌ ମାର୍କ ରାଜନେତା, ପ୍ରଶିଦ୍ଧ ଲୋକେ, ସାମ୍ବାଦିକ ଓ ଅନ୍ୟ ସାର୍ବଜନିକ ବ୍ୟକ୍ତିତ୍ୱଙ୍କ ଭେରିଫାଏଡ ଆକାଉଣ୍ଟସ ଲାଗି ସଂରକ୍ଷିତ ଥିଲା।

ତେବେ ଏଥି ଲାଗି ପୈଠ  କରିବାକୁ ପ୍ରସ୍ତୁତ ବ୍ୟକ୍ତିଙ୍କ ଲାଗି ସବସ୍କ୍ରିପସନ ଅପସନ୍ ଚଳିତମାସରୁ ଆରମ୍ଭ କରାଯାଇଥିଲା। ଯାହା ଦ୍ୱାରା ଟ୍ୱିଟରର ରାଜସ୍ୱ ବଢିପାରିବ ବୋଲି ଆଶା କରାଯାଉଥିଲା। ମସ୍କ ନିକଟରେ ତାଙ୍କ ଘୋଷିତ ୮ ଡଲାର ବ୍ଲୁ ଟିକ୍ ସବସ୍କ୍ରିପସନ ସର୍ଭିସକୁ ରୋକି ଦେଇଥିଲେ। କାରଣ ନକଲି ଆକାଉଣ୍ଟ ସଂଖ୍ୟା ହଠାତ୍ ବଢିଯାଇଥିଲା। ଏଣୁ କହିଥିଲେ ଟ୍ୱିଟର ବ୍ଲୁ ଟିକ୍ ସର୍ଭିସ୍ ପରବର୍ତ୍ତି ସମୟରେ ପୁଣି ଥରେ ଆରମ୍ଭ କରାଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.