News

ଟ୍ୱିଟ କଲାପରେ ନିଜ ମ୍ୟାସେଜ ପୁଣି ପଢିପାରିବେ : ଟ୍ୱିଟର ଆଣୁଛି ବୁକମାର୍କ ଫିଚର

By ENO Beuro

November 25, 2017

ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବ୍ୟବହାରକାରୀମାନେ ଡିଜିଟାଲ ଡିଭାଇସ ପଦ୍ଧତିକୁ ଗ୍ରହଣ କରିବା ପାଇଁ ବେସୀ ଇଚ୍ଛୁକ । ଏଣୁ ସୋସିଆଲ ମିଡିଆ ଦିନକୁ ଦିନ ନୂତନ ପଦ୍ଧତିମାନ ଆପଣାଇବା ପାଇଁ ଭିନ୍ନ ଭିନ୍ନ ଉପକରଣ ନେଇ ଆସୁଅଛି । ଏବେ ସୋସିଆଲ ନେଟୱାର୍କିଂ ୱେବସାଇଟ୍ ଟ୍ୱିଟର, ଖୁବ ଶୀଘ୍ର ବୁକମାର୍କ ଫିଚର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଜାରି ରଖିଛି ।

ଟ୍ୱିଟର ବ୍ୟବହାରକାରୀମାନେ ଯେଉଁ ସୁବିଧା ମାଗୁଥିଲେ ସେଥିମଧ୍ୟରୁ ବୁକମାର୍କ ଫିଚର ମଧ୍ୟ ଏକ । ବ୍ୟବହାରକାରୀମାନେ ଟ୍ୱିଟରରେ ବୁକମାର୍କ ଫିଚର କରିବାକୁ ଚାହୁଁଛନ୍ତି , କାରଣ ଟ୍ୱିଟ୍ ପରେ ପୁଣି ଥରେ ସେମାନେ ନିଜ ମେସେଜ ପଢିପାରିବେ । ‘ବୁକମାର୍କ’ ନାମକ ଏହି ଫିଚର ପରୀକ୍ଷଣ ହେଉଥିବା ସୂଚନା ମିଳୁଛି । ଏହି ସୁବିଧା ଉପଲବ୍ଧ ହେବା ଦ୍ୱାରା ପ୍ରାୟ ୩୦ ହଜାର ଗ୍ରାହକ ତାଙ୍କ ନିଜସ୍ୱ ସୁବିଧା ଅନୁଯାୟୀ ଟ୍ୱିଟ୍ ହୋଇଥିବା ମେସେଜକୁ ପଢିବା ପାଇଁ ସୁଯୋଗ ପାଇ ପାରିବେ ।

ଗତମାସ ଟ୍ୱିଟର ଉପାଧ୍ୟକ୍ଷ କିଥ କିଲେମନ ‘ବୁକମାର୍କ’  ସୁବିଧା ବାବଦରେ ଘୋଷଣା କରିଥିଲେ । ଏହା ବତ୍ତମାନ ଟିମ୍ ‘ସେଭଫରଲାଟର’ କାମ ଜାରି ରଖିଛି ।

ପଢନ୍ତୁ, ରାଜଧାନୀରେ ଉଦ୍‌ଘାଟନ ହେଲା ଜାତୀୟ ଜନଜାତି କଳାବସ୍ତୁ ମେଳା, ୭ ଦିନ ଧରି ଚାଲିବ