Loading...

ଏଲନଙ୍କୁ ହାତ ଯୋଡିବା ପରେ ଟ୍ବିଟରରେ ବ୍ଲୁ ଟିକ ଫେରିପାଇଲେ ଅମିତାଭ ବଚନ

ଏଲନଙ୍କୁ ହାତ ଯୋଡିବା ପରେ ଟ୍ବିଟରରେ ବ୍ଲୁ ଟିକ ଫେରିପାଇଲେ ଅମିତାଭ ବଚନ

ହାତ ଯୋଡିବା ପରେ ଏଲନ ମସ୍କଙ୍କ ବଦଳିଲା ମନ। ପଇସା ପାଇଁ ହଟାଇ ଥିବା ବ୍ଲୁ ଟିକକୁ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବ୍ଲୁ ଟିକ ଫେରାଇଦେଇଛନ୍ତି ମସ୍କ।

ହାତ ଯୋଡିବା ପରେ ଏଲନ ମସ୍କଙ୍କ ବଦଳିଲା ମନ। ପଇସା ପାଇଁ ହଟାଇ ଥିବା ବ୍ଲୁ ଟିକକୁ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବ୍ଲୁ ଟିକ ଫେରାଇଦେଇଛନ୍ତି ମସ୍କ। ଗତ ୨୦ ତାରିଖ ମଧ୍ୟ ରାତ୍ରିରେ ଟ୍ବିଟର ବିଶ୍ବର ଅନେକ ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ ଚେହେରାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ଛଡାଇ ନେଇଥିଲା । ଏମାନଙ୍କ ମଧ୍ୟରେ ବଲିଉଡ ବିଗବି ଅମିତା ବଚ୍ଚନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଲକର, ସିଏମ ଯୋଗୀ ଆଦିତ୍ୟନାଥଙ୍କଠୁ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇଥିଲା ଟ୍ବିଟର । ତେବେ ଏହାରି ଭିତରେ କିଛି ବ୍ୟକ୍ତିବିଶେଷ ବା ପ୍ରତିଷ୍ଠାନ ପଇସା ଦେଇ ନିଜର ବ୍ଲୁଟିକ ପାଇଥିବା ବେଳେ ଅନ୍ୟ କିଛି ଜଣ ପଇସା ନଦେଇ ମଧ୍ୟ ବ୍ଲୁ ଟିକ୍‌ ପାଇଛନ୍ତି ।

ସୂଚନାନୁସାରେ, ଯେଉଁମାନଙ୍କ ଅନୁଗାମୀ ସଂଖ୍ୟା ଏକ ନିୟୁତରୁ ଅଧିକ ସେମାନଙ୍କ ବ୍ଲୁ ଟିକ୍‌କୁ ଟ୍ବିଟର ଆପେ ଫେରାଇ ଦେଇଛି। ଚଳିତ ମାସ ୨୦ ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟିଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.