EnewsOdia.Com

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

ଆଜି ସାହିତ୍ୟ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯିବ । ତେବେ ଏବର୍ଷ କେବଳ ୨୦୧୯ ନୁହେଁ, ୨୦୧୮ ପାଇଁ ମଧ୍ୟ ଏହି ପୁରସ୍କାର ଘୋଷଣା କରାଯିବ । ଏହାର କାରଣ ହେଉଛି ଯୌନ କେଳେଙ୍କାରୀ ବିବାଦ ଯୋଗୁଁ ଗତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇନଥିଲା ।

ଏହି ବିବାଦ ପଛରେ ଥିଲେ ସ୍ୱୀଡେନର ଲୋକପ୍ରିୟ ଫଟୋଗ୍ରାଫର ଜିନ-କ୍ଲଡ ଆରନୋଲ୍ଡ । ୨୦୧୭ରେ ତାଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଦୁଇବର୍ଷ ଜେଲ ମଧ୍ୟ ଯାଇଥିଲେ । ତେବେ ନୋବେଲ ପୁରସ୍କାର ସହିତ ତାଙ୍କର ସଂପର୍କ କ’ଣ ? କଥା ହେଉଛି ସେ ନୋବେଲ ବିଜେତା ବାଛୁଥିବା ରୟାଲ ସ୍ୱୀଡିସ ଏକାଡେମୀର ସଦସ୍ୟା କାଟ୍ରିଆନା ଫୋଷ୍ଟେନସନଙ୍କ ସ୍ୱାମୀ । ଏହି ଦମ୍ପତ୍ତିଙ୍କ ଦ୍ୱାରା ପରିଚାଳିତ ଏକ ଆର୍ଟ କ୍ଲବକୁ ଏକାଡେମୀ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଥିଲା । ଆହୁରି ମଧ୍ୟ ଆରନୋଲ୍ଡ କେତେକ ନୋବେଲ ବିଜେତାଙ୍କ ନାଁ ପ୍ରଘଟ କରିଦେଇଥିବା ଜଣାପଡିବା ପରେ ବିବାଦ ବଢିଥିଲା । ଏସବୁ କାରଣରୁ ଗତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇନଥିଲା ।

ପଢନ୍ତୁ: ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

ସମ୍ବନ୍ଧିତ ଖବର

ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ

Ratnamani Maharana

ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

ସ୍ପାଏୱେର ଆକ୍ରମଣ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିଲା ହ୍ବାଟ୍ସଆପ୍‌

Ratnamani Maharana

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana