News

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ:୨ ଓଡିଆଙ୍କୁ ପଦ୍ମଶ୍ରୀ

ପଦ୍ମ ସମ୍ମାନ ପାଇଲେ ୪୩

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ପ୍ରସିଦ୍ଧ ସଙ୍ଗୀତକାର ଇଲେୟାରାଜା, ବିଚାରକ ପି. ପରମେଶ୍ଵରନ ଏବଂ ୫୧ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ୨୦୧୮ର ପ୍ରତିଷ୍ଠିତ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଇଲେୟାରାଜାଙ୍କୁ ରାଷ୍ଟ୍ରପତି ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ୮୪ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏଥିରୁ ୪୩ ଜଣଙ୍କୁ ଗତକାଲି ପୁରସ୍କାର ପ୍ରଦାନ କରାଯାଇଛି।

ସେଥିମଧ୍ୟରୁ ଦୁଇ ଓଡିଆଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ଏହି ଦୁଇ ଓଡ଼ିଆ ହେଲେ ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ପଥର ଶିଳ୍ପୀ ପ୍ରଭାକର ମହାରଣା ଏବଂ କୋରାପୁଟର ହସ୍ତତନ୍ତ ଶିଳ୍ପୀ ତଥା ବିଶିଷ୍ଟ ବୁଣାକାର ଗୋବର୍ଦ୍ଧନ ପାଣିକା। ପଥର ଖୋଦେଇ ଓ ପଥର କାରୁକାର୍ଯ୍ୟରେ ନିପୁଣତା ପାଇଁ ପ୍ରଭାକର ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ କୋରାପୁଟ ଭଳି ଉପାନ୍ତ ଅଞ୍ଚଳର ବୁଣାକାର ଗୋବର୍ଦ୍ଧନ ନିଜର କୃତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରସିିଦ୍ଧି ଲାଭ କରିପାରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବ ଏପ୍ରିଲ ୨ ତାରିଖରେ ଅନୁଷ୍ଠିତ ହେବ। ସେଥିରେ ଆଉ ୩ଜଣ ଓଡ଼ିଆ(ଚନ୍ଦ୍ର ଶେଖର ରଥଙ୍କୁ ମରଣୋତ୍ତର, ଭବାନୀ ଚରଣ ପଟ୍ଟନାୟକ ଓ ଶିଶିର ପୁରୁଷୋତ୍ତମ ମିଶ୍ର)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ:୨ ଓଡିଆଙ୍କୁ ପଦ୍ମଶ୍ରୀ padmashri

ପଢନ୍ତୁ;

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

Related posts

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ENO Beuro

ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

ENO Beuro

କାନାଡା ଟରୋଣ୍ଟୋରେ ଗୁଳିକାଣ୍ଡ, ୨ ମୃତ ୧୩ରୁ ଅଧିକ ଆହତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More