ପୁଲୱାମା ଆକ୍ରମଣରେ ଦୁଇ ଓଡିଆ ଯବାନ ସହିଦ

ପୁଲଓ୍ଵାମା ଏନ୍‌କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ

ପୁଲୱାମା ଆକ୍ରମଣରେ ଦୁଇଜଣ ଓଡିଆ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଥିବା ରତନପୁର ଗ୍ରାମର। କିଛିଦିନ ତଳେ ସେ ଗାଁକୁ ଆସିଥିଲେ । ତେବେ ହଠାତ୍ ତାଙ୍କ ସହିଦ ହେବା ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି ।

ଏବଂ ଅନ୍ୟ ଜଣେ ହେଲେ ଜଗତସିହପୁର ଜିଲ୍ଲାର ନୂଆଗାଆଁର ପ୍ରସନ୍ନ କୁମାର ସାହୁ। ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମନୋଜଙ୍କ ଦୁଇବର୍ଷର ଝିଅ ଅଛି । ମନୋଜଙ୍କୁ ଗାଁ ଲୋକେ ଝୁରୁଛନ୍ତି।

ଉଲ୍ଲେଖଯୋଗ୍ୟ,ଜମ୍ମୁ-କଶ୍ମୀର ଫୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ପ୍ରାୟ ୪୦ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥ। ଗୁରୁତ୍ଵର ରହିଛି।

ପଢନ୍ତୁ;  ପୁଣି ଜେଲ୍ ଗଲେ ବଲିଉଡ କଳାକାର ନାସିର ଖାଁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More