POLITICALS

ଓଡିଶାର ଦୁଇ ଜଣ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ହେଲେ କେନ୍ଦ୍ରମନ୍ତ୍ରୀ

Moo

କେନ୍ଦ୍ରରେ ନରେନ୍ଦ୍ର ମୋଦି  ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ  ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଗତକାଲି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଶାରେ କ୍ରମାଗତ ଭାବେ ବିଜେପିର ଭୋଟ ହାର ସହ ସିଟ୍ ସଂଖ୍ୟା ମଧ୍ୟ ବଢ଼ୁଥିବାବେଳେ ଶାସକ ବିଜେଡି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି।ଯଦିଓ ରାଜ୍ୟରେ ବିଜେପିର ଭୋଟହାର ବୃଦ୍ଧି ଦିଗରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତଥାପି ଦଳର ରାଜ୍ୟ ସଂଗଠନରେ ଏକ ବୃହତ୍ ଗୋଷ୍ଠୀ ସହ ତାଙ୍କର ମତଭେଦ ଓ କନ୍ଦଳ ଯୋଗୁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ଯେଭଳି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା, ତାହା ସମ୍ଭବପର ହୋଇପାରିଲା ନାହିଁ। ତଥାପି ମୋଦୀଙ୍କର ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ଵାସ ରହିଥିବା ଦେଖାଦେଇଛି।
ପଢନ୍ତୁ: ଜୁନ୍‌ରେ ଓଡ଼ିଶା ଫେରିବେ ଜଗା-କାଳିଆ

Related posts

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

ENO Beuro

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Ratnamani Moharana

Leave a Comment