EnewsOdia.Com

ନୋଟରେ ରହିବ ଓଡିଆଙ୍କ ସ୍ୱାକ୍ଷର

ଓଡିଶା ବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଏଥର ଭାରତୀୟ ମୂଦ୍ରାରେ ଦେଖିବାକୁ ମିଳିବ ଦୁଇଜଣ ଓଡିଆଙ୍କ ସ୍ୱାକ୍ଷର। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଭାରତ ସରକାର ନିକଟ ଭବିଷ୍ୟତରେ ଟଙ୍କିକିଆ ନୋଟ ଜାରି କରିବେ ବୋଲି ସୂଚନା ଦେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ନୋଟକୁ ମୂଦ୍ରଣ କରାଯିବ। ପ୍ରସଳିତ ପରମ୍ପରା ଅନୁଯାୟୀ ଟଙ୍କିକିଆ ନୋଟକୁ ଅର୍ଥ ମନ୍ତ୍ରଣାଳୟ ଛପେଇବ। ଅନ୍ୟ ନୋଟ ଗୁଡିକ ରିଜର୍ବ ବ୍ୟାଙ୍କ୍ ଦ୍ୱାରା ମୂଦ୍ରଣ ହେବ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ନୋଟ ଛପାଯିବ ସେଥିରେ କେନ୍ଦ୍ର ଅର୍ଥ ସଚିବଙ୍କ ସ୍ୱାକ୍ଷର ରହିବ। ଗତକାଲି ଓଡିଶା ମାଟିର ପୁଅ ଦେବାଶିଷ ପଣ୍ଡାଙ୍କୁ କେନ୍ଦ୍ର ସରକାର ନୂଆ ଅର୍ଥ ସଚିବଭାବେ ନିଯୁକ୍ତି ଦେଇଛନ୍ତି। ଏଣୁ ଆସିବାକୁ ଥିବା ନୋଟରେ ଶ୍ରୀ ପଣ୍ଡାଙ୍କର ସ୍ୱାକ୍ଷର ରହିବ। ତେବେ ରିଜର୍ବ ବ୍ୟାଙ୍କ ଛପାଉଥିବା ନୋଟ ଗୁଡିକରେ ଜଣେ ଓଡିଆଙ୍କର ସ୍ୱାକ୍ଷର ରହୁଛି। ସେ ହେଲେ ରିଜର୍ବ ବ୍ୟାଙ୍କ ଗଭର୍ଣର ଶକ୍ତିକାନ୍ତ ଦାସ। ବଜାରକୁ ନୂଆ ଟଙ୍କିକିଆ ନୋଟ ଆସିବା ପରେ ଦୁଇ ଦୁଇଜଣ ଓଡିଆଙ୍କର ସ୍ୱାକ୍ଷର ଭାରତୀୟ ନୋଟରେ ଦେଖିବାକୁ ମିଳିବ । ଯାହାକି ସାରା ଓଡିଶା ବାସୀଙ୍କ ପାଇଁ ଏକ ଗୌରବର ବିଷୟ।

ପଢନ୍ତୁ: ୫୩ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବେ ତିଳୋତ୍ତମା

ସମ୍ବନ୍ଧିତ ଖବର

୨୦୨୦ କଲେଜ କ୍ୟାଲେଣ୍ଡରରେ ୭୨ଦିନ ଛୁଟି

Ratnamani Maharana

କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

Ratnamani Maharana

ମିଶନ ଚନ୍ଦ୍ରଯାନ-୩ ପାଇଁ କେନ୍ଦ୍ରକୁ ୭୫ କୋଟି ମାଗିଲା ଇସ୍ରୋ

Ratnamani Maharana

କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana