News

ଦିନେ ଥିଲେ ପରମ ଶତ୍ରୁ, ଆଉ ଆଜି ସେ ମିତ୍ର

Untitled 1

୧୭ ବର୍ଷ ତଳେ ଗୁଜୁରାଟ ଦଙ୍ଗା  ସମୟରେ ଉତ୍ତୋଳିତ ଏକ ଫଟୋ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଫଟୋରେ ମୁଣ୍ଡରେ ଗେରୁଆ ରଙ୍ଗର ଏକ ପଟି ବାନ୍ଧି ହାତରେ ଏକ ଲୁହା ରଡ଼ ଧରି ଛିଡ଼ା ହୋଇଥିଲେ ଅଶୋକ ।

Ashok 1..

ଆଖିରେ ତାଙ୍କର ପ୍ରତିହିଂସାର ନିଆଁ ଜଳୁଥିବା ବେଳେ ପଛପଟେ ଜଳୁଥିଲା ଟାୟାର। ଅନ୍ୟପଟେ ହାତଯୋଡ଼ି  ଲୁହ ଛଳଛଳ ଭରାରେ ଆଖିରେ ଜୀବନ ଭିକ୍ଷା କରୁଥିଲେ କୁତବୁଦ୍ଦିନ ଅନସାରୀ । ତେବେ ସମୟ ଚକ୍ରରେ ଆଜି ସେହି ପରମ ଶତ୍ରୁ ଆଜି ପାଲଟି ଯାଇଛି ପ୍ରାଣପ୍ରିୟ ବନ୍ଧୁ । ସେହି ଦୁଇ ବନ୍ଧୁ ହେଉଛନ୍ତି ଅଶୋକ ଓ କୁତବୁଦ୍ଦିନ ଅନସାରୀ।

୨୦୧୨ ମସିହାରେ ଏକ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପରସ୍ପରକୁ ଭେଟିବା ପରେ ଏବେ ଦୁଇ ଜଣ ଘନିଷ୍ଠ ବନ୍ଧୁ ପାଲଟିଛନ୍ତି। ଉଭୟ ଏବେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି । ଅହମ୍ମଦାବାଦରେ ଅଶୋକ ପରମାର  ନିଜ ଜୋତା ଦୋକାନ ଉଦ୍‌ଘାଟନ କରିବା ଅବସରରେ କୁତବୁଦ୍ଦିନ ଅନସାରୀଙ୍କୁ ଅତିଥି ଭାବେ ଡାକିଥିଲେ ।

Ashok 3..
.

‘ଏକତା ଚପଲ ସପ୍’ ନାଁ ଦେଇଥିବା ଏହି ଦୋକାନରେ ଦେଖିବାକୁ ମିଳିଥିଲା ଭାଇଚାରର ଭାବ। ସାମ୍ପ୍ରଦାୟିକତା ବିରୋଧରେ ଏକାଠି ହୋଇ ଏକତାର ଉଦାହରଣ ସାଜିଛନ୍ତି ଏହି ୨ ଜଣ।
ପଢନ୍ତୁ: ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି

Related posts

କେନ୍ଦ୍ର କ୍ୟାବିନେଟଙ୍କ ମଞ୍ଜୁରୀ : ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେଲା ଟ୍ରିବ୍ୟୁନାଲ

ENO Beuro

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ENO Beuro

Leave a Comment