News

ଭାରତ ସୀମାରେ ପାକିସ୍ଥାନର ପ୍ରଥମେ ଡ୍ରୋନ ଏବେ ଯୁଦ୍ଧ ବିମାନର ପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା

pakisthan jet

ଭାରତୀୟ ସୀମାରେ ଚକ୍କର ମାରୁଛି ପାକିସ୍ତାନ ଯୁଦ୍ଧ ବିମାନ..

ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା  ଥମିବାର ନାଁ ଧରୁନି। ନିକଟରେ ଭାରତ ଆକାଶରେ ଦେଖାଦେଇଥିଲା ଅଜଣା ଡ୍ରୋନ  ଦିନେ ନୁହେଁ ଲଗାତର ୫ ଦିନଧରି ପ୍ରୟାସ କରିଥିଲା ପାକିସ୍ତାନ କିନ୍ତୁ ଭାରତୀୟ ସେନା ଡ୍ରୋନକୁ ଖସାଇଦେଇଥିଲା। ଡ୍ରୋନର ପ୍ରୟାସ ବିଫଳ ହେବାପରେ ଏବେ ପାକିସ୍ଥାନର ଯୁଦ୍ଧ ବିମାନ  ଭାରତ ଭିତରେ କରିବାକୁ ଯାଉଥିଲା ଅନୁପ୍ରବେଶ। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରପୁଞ୍ଚ  ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଥିଲା।

ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି ଯାକ ବିମାନ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରୁ ପାକିସ୍ତାନ ଭିତରକୁ ଦ୍ରୁତ ଗତିରେ ଛତ୍ରଭଙ୍ଗ  ଦେଇଥିଲେ।

ପଢନ୍ତୁ; ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

Related posts

ଆବେଦନ ଖାରଜ,ଜେଲ ଯିବେ ସଜ୍ଜନ କୁମାର

ENO Beuro

ଏମଏସଏମଇ ସହାୟତା ଓ ଜନସମ୍ପର୍କ ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

ENO Beuro

Leave a Comment