• Home
  • Entertainment
  • ଭାଇ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଦୁଇ ରାଖୀ ଭଉଣୀ
Entertainment

ଭାଇ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଦୁଇ ରାଖୀ ଭଉଣୀ

ରାକ୍ଷୀ ପୁର୍ନିମା ଦିନ ସଲମାନ ତାଙ୍କୁ ଦେଖା କରିବାକୁ ଆସିଥିଲେ

ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିବା ଖବର ଶୁଣିବା ପରେ ସ୍ତବ ହୋଇଯାଇଛନ୍ତି ବିହାରର ଏହି ଯୋଡି ହୋଇଥିବା ଏହି ଦୁଇ ଭଉଣୀ । ନିଜକୁ ସଲମାନଙ୍କ ରାକ୍ଷୀ ଭଉଣୀ ବୋଲି ଦାବି କରୁଥିବା ଏହି ଦୁଇ ଭଉଣୀ ନିଜକୁ ଭାଇଙ୍କ ପାଇଁ ଜେଲରେ ମଧ୍ୟ ରହିବାକୁ ପ୍ରସ୍ତୁତ ଅଛନ୍ତି । ଏପରିକି ସେମାନେ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି ।

ସଲମାନଙ୍କୁ ଜାମିନ ମିଳିବା ପରେ ଖାଇବେ ବୋଲି ସେମାନେ ପ୍ରତିଜ୍ଞା କରିଛନ୍ତି । ବର୍ତ୍ତମାନ ୨୩ ବର୍ଷରେ ପହଞ୍ଚି ସାରିଥିବା ଏହି ଦୁଇ ଭଉଣୀ ସବା ଓ ସାରା ସଲମାନଙ୍କର ସବୁଠୁ ବଡ ଫ୍ୟାନ । ବିହାରର ରାଜଧାନୀ ପାଟନାରେ ସମାନପୁରା ଅଞ୍ଚଳରେ ନିଜ ଘରେ ଏହି ଦୁଇ ଭଉଣୀ ରହୁଛନ୍ତି ।ସେମାନଙ୍କ ଦାବି ସଲମାନ ନିର୍ଦୋଷ ।  ତେଣୁ ତାଙ୍କ ସହିତ ରହିବା ଲାଗି ସେମାନଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଉ ବୋଲି ଦୁଇ ଭଉଣୀ କହିଛନ୍ତି।

ସୂଚନା ଅନୁସାରେ ତାଙ୍କର ସବୁଠାରୁ ବଡ ଫ୍ୟାନ ବୋଲି ସଲମାନ ଜାଣିଲା ପରେ ଏହି ଦୁଇ ଭଉଣୀଙ୍କ ପାଇଁ ବିମାନ ଟିକେଟ କରାଇ ସେମାନଙ୍କୁ ମୁମ୍ବାଇ ନେଇଥିଲେ । ସେଠାରେ ଦୁଇ ଭଉଣୀଙ୍କୁ ରଖିଥିଲେ । ରାକ୍ଷୀ ପୁର୍ନିମା ଦିନ ସଲମାନ ତାଙ୍କୁ ଦେଖା କରିବାକୁ ଆସିଥିଲେ ।

ସଲମାନଙ୍କୁ ଦେଖିବା ପରେ ଦୁଇ ଭଉଣୀଙ୍କ ବହୁ ଦିନର ସ୍ଵପ୍ନ ପୂରଣ ହୋଇଥିଲା । ସେମାନେ ସଲମାନଙ୍କ ହାତରେ ରାଖୀ ବାନ୍ଧିଥିଲେ । ସେହି ଦିନ ସଲମାନ ପ୍ରତିଶ୍ରୁତି ଦେଇଥିଲେ ଯେକୌଣସି ମତେ ସେ ଦୁଇ ଭଉଣୀଙ୍କୁ ସୁରକ୍ଷା ଦେବେ । ତେଣୁ ବର୍ତ୍ତମାନ ଭାଇର ଅସୁବିଧା ପଡିଥିବାରୁ ଦୁଇ ଭଉଣୀ ଆଗେଇ ଆସିଛନ୍ତି ।

ଭାଇ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଦୁଇ ରାଖୀ ଭଉଣୀ Untitled 1 copy 1

ପଢନ୍ତୁ ;

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

Related posts

ମୁମ୍ବାଇଠାରେ ଦାମୀ ଘର କିଣିଲେ ଐଶ୍‌-ଅଭି, ଜାଣନ୍ତୁ ଏହି ଘରର ଦାମ୍ କେତେ?

Krishna Kumar Manoj

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

Krishna Kumar Manoj

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More