News

ଦୁଇ ଜୈଶ୍‌ ଆତଙ୍କୀ ଗିରଫ,ଦୁଇ ଦିନିଆ ରିମାଣ୍ଡରେ ନେଲା ୟୁପି ଏଟିଏସ

jaisa

ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କାଡ(ଏଟିଏସ) ଗୁଇନ୍ଦା ସୂଚନା ଅନୁସାରେ ସାହାରନପୁର ଜିଲ୍ଲାରୁ ଦୁଇଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ସାହନୱାଜ ତେଲି ଓ ଆକିବ ଅହମ୍ମଦ ମଲିକ। ସାହନୱାଜ ଜାମ୍ମୁ-କାଶ୍ମୀରର କୁଲଗାମ ଏବଂ ଅହମ୍ମଦ ମଲିକ ପୁଲୱାମା ଜିଲ୍ଲାରେ ବାସିନ୍ଦା। ଏନେଇ ୟୁପି ପୁଲିସ ଡିଜି ଓପି ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଯୁବକଙ୍କୁ ଆତଙ୍କି ସଂଘଠନରେ ଭର୍ତ୍ତି କରୁଥିଲେ

ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଯେ , ଗୁଇନ୍ଦା ବିଭାଗର ସୂଚନା ପରେ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମୋବାଇଲ୍‌ରେ ଏମିତି କିଛି ମେସେଜ ରହିଛି, ଯାହା ଜୈଶ ସହ ସେମାନଙ୍କ ସମ୍ପର୍କ ଥିବା ସ୍ପଷ୍ଟ କରିଛି। ଜବତ ଭିଡିଓରେ ଜେହାଦୀ ସମ୍ପର୍କିତ ଦୃଶ୍ୟ ରହିଛି। ଏବେ ଉଭୟଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଜେରା କରାଯାଉଛି।”

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିଲେ। ଏହି ଆତଙ୍କୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦ ସଙ୍ଗଠନର ସଂପୃକ୍ତି ନେଇ ଘୋଷଣା କରିଥିଲା।

ପଢନ୍ତୁ; କ୍ୟାବିନେଟ ଦେଲା ‘ଖୁସି’,୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣା ନାପକିନ୍

Related posts

ପ୍ରତିଶୋଧ ନେଲା ଭାରତ,ନିପାତ ହେଲେ ୨୦୦ ରୁ ୩୦୦ ଆତଙ୍କୀ

ENO Beuro

ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ,ଆତଙ୍କୀ ଗିରଫ

ENO Beuro

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

ENO Beuro

1 comment

Leave a Comment