ପୁଣି କାଶ୍ମୀରରେ ଆତଙ୍କି ଓ ଯବାନ ମୁହାଁମୁହିଁ: ଦୁଇ ଆତଙ୍କି ନିହତ

army

ପୁଲୱାମା  ଆକ୍ରମଣ ପରେ ସଜାଗ ଭାରତୀୟ ସେନା  କାଶ୍ମୀର ରେ ଘଟୁଥିବା ପ୍ରତିଟି ଘଟଣା ଉପରେ ନଜର ରଖୁଛି। ଜାମ୍ମୁକାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ମୂଳୋତ୍ପାଟନ  ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍‌  ଜାରି ରହିଛି। ଆଜି  ଜମ୍ମୁକାଶ୍ମୀର ତ୍ରାଲରେ ଯବାନ-ଆତଙ୍କବାଦୀଙ୍କଯ ମଧ୍ୟରେ ଗୁଳିବିନିମୟ ହୋଇ ୨ ଆତଙ୍କବଦୀ ନିହତ  ହୋଇଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନର ବୋଲି ଜଣାପଡିଛି। ସେହି ସଂଗଠନର ଅନ୍ୟ ସହଯୋଗୀମାନେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ନିହତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ  ମିଳିଛି।

କୌଣସି ସୂତ୍ରରୁ ଖବର ପାଇଁ ସକାଳୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସେନ କରି ସେମାନେ ଏକ ଘରେ ଲୁଚି ରହିଥିବା ଜାଣିପାରିଥିଲେ। ଏବେ ବି ସେଠାରେ ଗୁଳିବିନିମୀୟ ଲାଗିରହିଥିବା ସୂଚନା ରହିଛି।

ପଢନ୍ତୁ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More