News

ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

କାଶ୍ମୀରର ବଡ଼ଗାମ୍‌ଠାର ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନରେ ଗୁଳି ବିନିମୟ କରି ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ବୁଧବାର ଦିନ ସୂଚନାକୁ ଆସିଛି।ନିହତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ।କିନ୍ତୁ ଘଟଣାସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଗୋପାଳପୋରା ଅଂଚଳରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି।ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରିବା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ମଙ୍ଗଳବାର ଦକ୍ଷିଣ ଜମ୍ମୁ କଶ୍ମୀରର ପୁଲବାମାସ୍ଥିତ ରତ୍ନୀପୁରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ପୂର୍ବରୁ ଜମ୍ମୁ କଶ୍ମୀରର ଉରିରେ ରବିବାର ରାତି ସେନା ଶିବିର ନିକଟରେ ସଦିଗ୍ଧ ଗତିବିଧି ଦେଖାଯାଇଥିଲା।ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନକୁ ଏଠାକାର ବାସିନ୍ଦା ବିରୋଧ କରୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରି ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପଢନ୍ତୁ :ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

Related posts

ଦଳିତ ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ସମାଲୋଚନା, କହିଲେ ଆମ୍ବେଦକରଙ୍କୁ ନେଇ ରାଜନୀତି ହେବା ଅନୁଚିତ!

ENO Beuro

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

ସରକାର : ମୋବାଇଲ୍‍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ENO Beuro

Leave a Comment