News

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା,ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

women

ବୁଧବାର ପ୍ରତ୍ୟୁଷରେ କେରଳର ପତନମତିତ୍ତା ଜିଲ୍ଲା ଅନ୍ତର୍ଗତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ ୫୦ ବର୍ଷରୁ କମ୍‌ ବୟସ୍କ ମହିଳା ପୂଜାର୍ଚ୍ଚନା କରିଛନ୍ତି ବୋଲି କରୁଥିବା ଦାବିକୁ ପୁଲିସ ଅସ୍ୱୀକାର କରିଛି।

ହ୍ବାଟସ୍‌ ଆପ୍‌ରେ ଅପଲୋଡ୍‌ ହୋଇଥିବା ଏକ ଭିଡ଼ିଓରେ ଦୁଇ ମହିଳା କଳାପୋଷାକ ପିନ୍ଧି ମନ୍ଦିର ଗର୍ଭଗୃହରେ ପୋଲିସ ସହିତ ପ୍ରବେଶ କରି କେଇ ମିନିଟ୍‌ ମଧ୍ୟରେ ଦର୍ଶନ ସାରି ଫେରିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

women

ସୂଚନାଯୋଗ୍ୟଯେ, ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ ପରମ୍ପରା ଅନୁଯାୟୀ କଟକଣା ରହିଆସୁଥିବାବେଳେ ସୁପ୍ରିମ୍‌କୋର୍ଟ ଏହା ବିରୋଧରେ ରାୟ ଦେଇ କହିଛନ୍ତି ସମସ୍ତ ବର୍ଗର ମହିଳା ମନ୍ଦିର ପ୍ରବେଶ କରିବାରେ କିଛି ସମସ୍ୟା ନାହିଁ। ଏହି ଐତିହାସିକ ରାୟ ପରେ ମଧ୍ୟ କେହି ପରମ୍ପରା ଭାଙ୍ଗିପାରିନଥିଲେ।

ଏହାପରେ ବି ଆନ୍ଦୋଳନକାରୀ ମହିଳାଙ୍କୁ ପ୍ରବେଶ କରାଇ ଦେଉନଥିଲେ। କିନ୍ତୁ ଏହି ଦୁଇ ମହିଳା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି।

ପଢନ୍ତୁ; ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

Related posts

ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କଲାବେଳେ କାର୍ଡ କ୍ଲୋନିଂ ପ୍ରତି ସତର୍କ ରୁହନ୍ତୁ

ENO Beuro

ଅଯୋଧ୍ୟା ଜମି ବିବାଦ ମାମଲା:ଅକ୍ଟୋବର ୨୯ରୁ ହେବ ଶୁଣାଣି

ENO Beuro

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୁରିଲା ୧୦ ବର୍ଷ

ENO Beuro

Leave a Comment