ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ୱପ୍ନିତା ପାଟମାଝୀ ଓରଫ ନନ୍ଦିନୀ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ପ୍ରାୟ ଦେଢ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଛତିଶଗଡ଼ କାଙ୍କେର ଜିଲ୍ଲା ଦୁରକାଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ଫୁଲବତୀ ଉଷେଣ୍ଡି ଓରଫ କରୁଣା ୨୦୦୮ମସିହାରୁ ଲାଲବାହିନୀରେ ସାମିଲ ହୋଇ ୨୦୨୧ ପର୍ଯ୍ୟନ୍ତ କାମ କରିଥିଲେ । ସେ ୨୦୨୧ରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମ
ସଜା ହୋଇଥିଲା ମଣ୍ଡପ, ଚାଲିଥିଲା ରୀତିନୀତି ଆଉ ବାଜୁ ଥିଲା ବ୍ୟାଣ୍ଡ ବାଜା । ତତ୍ ସହିତ ବରଯାତ୍ରୀ ମଧ୍ୟ ଆସିଲା । ବାହାଘର ହେଲା ଲୋକେ ଭୋଜି ମଧ୍ୟ ଖାଇଲେ । ବିବାହ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଲେ । ହିଂସାର ବାଟ ଛାଡି ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ଦୁଇ ମହିଳା ମାଓବାଦୀ ସରକାରଙ୍କ ସହାୟତା ପାଇବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଦୁଇ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ଫୁଲବାଣୀ ରିଜର୍ଭ ପୋଲିସ ଲାଇନର ରାଧାକୃଷ୍ଣ ମନ୍ଦିରରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ୟାଣ୍ଡ ବାଜା ସହ ପୁରୋହିତଙ୍କ ମନ୍ତ୍ରପାଠରେ ନିଜ ନିଜର ଜୀବନସାଥୀଙ୍କ ହାତ ଧରିଛନ୍ତି ନନ୍ଦିନୀ ଓ କରୁଣା । ନନ୍ଦିନୀଙ୍କ ବିବାହ ଦାରିଙ୍ଗବାଡି ଅଞ୍ଚଳର ବିନୋଦଙ୍କ ସହ ହୋଇଥିବା ବେଳେ କରୁଣା ଜି.ଉଦୟଗିରିର ସ୍ୱପ୍ନେଶ୍ୱରଙ୍କୁ ସ୍ବାମୀ ରୂପେ ଗ୍ରହଣ କରିଛନ୍ତି।
ବିବାହ ଉତ୍ସବରେ କନ୍ୟା ଏବଂ ବର ପକ୍ଷର ପରିବାର ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଜିଲ୍ଲା ପୋଲିସର ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ପୋଲିସ ତରଫରୁ ଏକ ପ୍ରୀତି ଭୋଜନର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାର ଓ ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଅନ୍ୟ ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆକର୍ଷଣୀୟ ପ୍ୟାକେଜର ସୁଯୋଗ ନେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ୱପ୍ନିତା ପାଟମାଝୀ ଓରଫ ନନ୍ଦିନୀ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ପ୍ରାୟ ଦେଢ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଛତିଶଗଡ଼ କାଙ୍କେର ଜିଲ୍ଲା ଦୁରକାଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ଫୁଲବତୀ ଉଷେଣ୍ଡି ଓରଫ କରୁଣା ୨୦୦୮ମସିହାରୁ ଲାଲବାହିନୀରେ ସାମିଲ ହୋଇ ୨୦୨୧ ପର୍ଯ୍ୟନ୍ତ କାମ କରିଥିଲେ । ସେ ୨୦୨୧ରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
ସରକାରଙ୍କ ଯୋଜନା ମୁତାବକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଆତ୍ମନିର୍ଭର ହେବା ପାଇଁ ସିଲେଇ ତାଲିମ ଦିଆଯାଇଛି । ଏହି ବିବାହ ସମ୍ପୂର୍ଣ୍ଣ ରୂପେ ଉଭୟ ପକ୍ଷଙ୍କ ସହମତିରେ ହୋଇଛି । ଏନେଇ ଏସପି ଅଗ୍ରୱାଲ କହିଛନ୍ତି, "ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ଯୋଗ ହେବା ଉଚିତ୍ । ହିଂସା ତ୍ୟାଗ କରି ସରକାରଙ୍କ ଜନକଲ୍ୟାଣ ଯୋଜନାରେ ନିଜକୁ ସାମିଲ କରନ୍ତୁ । ମାଓବାଦୀମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କଲେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯିବ।" ଏହି ପରିପ୍ରେକ୍ଷୀରେ ରିଜର୍ଭ ଇନସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଉଭୟଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।