EnewsOdia.Com

ଜାପାନରେ ‘ହଗିବିସ୍’ର ତାଣ୍ଡବ

ସାମୁଦ୍ରିକ ଝଡ଼ ‘ହଗିବିସ୍‌’ ଜାପାନରେ ପ୍ରଳୟଙ୍କରୀ କ୍ଷୟକ୍ଷତି ସୃଷ୍ଟି କରିଛି। ଏହି ବାତ୍ୟା ଜାପାନର ସିଜୁକା ଏବଂ ଫୁକିସିମାରେ ମାଡ଼ ହେବାପରେ ସ୍ଥିତି ଅଣାୟତ୍ତ ହୋଇଉଠିଛି। ଆଜି ସନ୍ଧ୍ୟା ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ବାତ୍ୟା ମାଡ଼ ହେବା ପୂର୍ବରୁ ତଟବର୍ତ୍ତୀ ଅଂଚଳରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ଏକ ଲକ୍ଷରୁ ଅଧିକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ ବହୁଛି। ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇ ରହିଛି। କେନ୍ଦ୍ରୀୟ ଜାପାନ ସହ ହଂସୁ ଦ୍ବୀପରେ ସର୍ବାଧିକ କ୍ଷତି ହୋଇଛି।

ତେବେ ଜାପାନ ସରକାରଙ୍କୁ ଭୟ ଘାରଛି ଫୁକୁସୀମା ଆଣବିକ କେନ୍ଦ୍ରକୁ ନେଇ । ୨୦୧୧ ମସିହାରେ ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଥିଲା ଏହି ଆଣବିକ କେନ୍ଦ୍ର । ତେଣୁ ହଗିବିସ୍ ଦ୍ୱାରା ଏହା କ୍ଷତିର ଶିକାର ହେଲେ ଜାପାନ ପାଇଁ ଆଣବିକ ବିକିରଣର ବଡ ବିପଦ ସୃଷ୍ଟି ହେବ । ତେଣୁ ଏହାକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଜାପାନ ସରକାର ।

ଜାପନକୁ ସହାୟତାର ହାତ ବଢାଇଲା ଭାରତ

ଜାପାନର ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଟ୍ବିଟ୍ କରି ଏହି ଝଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ  ସମବେଦନା ଜ୍ଞାପନ କରିବା ସହ ଜାପାନର ଏଭଳି ବିପତ୍ତିରେ ଭାରତ ସମସ୍ତ ସାହାଯ୍ୟ ପାଇଁ ଛିଡା ହୋଇଥିବା କରିଛନ୍ତି।  ଭାରତୀୟ ନୈସେନାର ଦୁଇଟି ଜାହାଜ ରିଲିଫ ସାମଗ୍ରୀ  ନେଇ ଜାପାନ ଅଭିମୁଖେ ଯାଇଛନ୍ତି।

ପଢନ୍ତୁ: ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

ସମ୍ବନ୍ଧିତ ଖବର

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

Ratnamani Maharana

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

‘ଆହାର’ କେନ୍ଦ୍ରରେ ଆରମ୍ଭ ହେଲା ପ୍ଲାଷ୍ଟିକ ଦିଅ, ପେଟପୁରା ଖାଅ ଅଭିଯାନ

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana