POLITICALS

ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ‘ଅର୍ଡର ଅଫ୍ ଜାଏଦ’ରେ ହେବେ ସମ୍ମାନିତ

Ddd 25

ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସାରି ୟୁଏଇରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆବୁଧାବିର ରାଜକୁମାର ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିବେ ମୋଦି । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସହ ବିଭିନ୍ନ ଆନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜାଏଦ’ରେ ମଧ୍ୟ ସମ୍ମାନିତ କରାଯିବ । ଚଳିତ ବର୍ଷ ଏପ୍ରିଲରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ରାଜକୁମାର ଜାଏଦଙ୍କ ନାଁରେ ଏହି ପୁରସ୍କାର ନାମିତ ହୋଇଥିବା ବେଳେ, ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି ।

ଏହାପରେ ପ୍ରଧାନମନ୍ତ୍ରୀ ବାହାରିନ୍ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ବାହାରିନ୍ ଯାଉଛନ୍ତି। ଯାହାକୁ ନେଇ ବାହାରିନବାସୀ ଉତ୍ସାହିତ ଥିବା ଜଣାପଡ଼ିଛି।ସେଠାରେ ବାହାରିନ୍ ର ଶାହା ଶେଖ ହମାଦ ବିନ୍ ଇସା ଅଲ ଖଲିଫାଙ୍କ ସହ ଆଲୋଚନା କରିବେ ।  ବାହାରିନ୍ ରେ ଥିବା ପୂରାତନ ଶ୍ରୀନାଥଜୀ ମନ୍ଦିର ପୁନରୁଦ୍ଧାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି  । ଏହାପରେ G7 ବୈଠକରେ ଯୋଗଦେବା ଲାଗି ମୋଦି ଆସନ୍ତାକାଲି ଫ୍ରାନସ ଫେରିବେ ।

ପଢନ୍ତୁ: କଂଗ୍ରେସରେ ବଢ଼ୁଛି ମୋଦିଙ୍କ କ୍ରେଜ

Related posts

ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

Ratnamani Moharana

ସ୍ୱାଭାବିକ ହେଉଛି ଜମ୍ମୁ ଓ କାଶ୍ମୀରର ସ୍ଥିତି: ସ୍କୁଲ ଖୋଲିଲା, ମସ୍‌ଜିଦରେ ନମାଜ୍ ଅନୁମତି

Ratnamani Moharana

ଜନ୍ମ ସମୟର ନର୍ସଙ୍କୁ ଦେଖି ଭାବବିହ୍ୱଳ ହେଲେ ରାହୁଲ

Ratnamani Moharana

1 comment

Leave a Comment