Loading...

ଏଣିକି ହ୍ୱାଟ୍ସଆପରେ ହେବ ଉବର ବୁକିଂ

ଏଣିକି ହ୍ୱାଟ୍ସଆପରେ ହେବ ଉବର ବୁକିଂ

ହ୍ୱାଟ୍ସଆପରେ କରିହେବ ଉବର ବୁକିଂ । ଆପଣ ଉବର ବୁକିଂ କରିବା ସହ ଟ୍ରାଭେଲ ରିସିଦଠୁ ଆରମ୍ଭ କରି ଉପଭୋକ୍ତା

ହ୍ୱାଟ୍ସଆପରେ କରିହେବ ଉବର ବୁକିଂ । ଆପଣ ଉବର ବୁକିଂ କରିବା ସହ ଟ୍ରାଭେଲ ରିସିଦଠୁ ଆରମ୍ଭ କରି ଉପଭୋକ୍ତା ପଞ୍ଜିକରଣ ଯାଏ ସବୁକିଛି କାମ ହ୍ୱାଟ୍ସଆପରେ କରିପାରିବେ । ତେବେ ଏହା କିପରି ହୋଇପାରିବ ? ଆଉ ଆପଣ କେମିତି କରିବେ ଆସନ୍ତୁ ଜାଣିବା..


ପ୍ରାରମ୍ଭିକ ପର୍ୟ୍ୟାୟରେ କମ୍ପାନୀର ଏହି ସୁବିଧା ଲକ୍ଷ୍ନୌରେ ଆରମ୍ଭ ହେଉଛି । ଖୁବଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଆରମ୍ଭ କରାଯିବ ବୋଲି କମ୍ପାନୀ କହିଛି । ସହଭାଗିତା ଚାଳକମାନଙ୍କୁ ଆଉ ଉବର ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ ବୋଲି କମ୍ପାନୀ କହିଛି । ତାହା ଛଡ଼ା ହ୍ୱାଟ୍ସଆପରେ ଉପଭୋକ୍ତାଙ୍କ ପଞ୍ଜିକରଣ, ରାଇଡ୍ ବୁକିଂ ଏବଂ ଟ୍ରାଭେଲ୍ ରସିଦଠାରୁ ଆରମ୍ଭ କରି ସବୁକିଛି ହୋଇପାରିବ ।

ପ୍ରଥମେ ଆପଣ ଆପଣଙ୍କ ହ୍ୱାଟ୍ସଆପରୁ ଉବରର ବ୍ୟବସାୟଙ୍କ ନମ୍ବରକୁ ଏକ ମେସେଜ ପଠାଇବେ। ପରେ ହ୍ଵାଟ୍ସଆପ ଚାଟ୍ ଖୋଲି ଲିଙ୍କ ଉପରେ କ୍ଲିକ୍ କରିବେ । ଯାହାଦ୍ୱାରା ଏକ ଓଟିପି ଆପଣଙ୍କ ନିକଟକୁ ଆସିବ । ଓଟିପି ଦେଇ ଆପଣ ଉବରର ଚୁକ୍ତିକୁ ନିଶ୍ଚିତ କରିବେ । ଏହା ପରେ ଆପଣଙ୍କୁ ପିକ୍ ଅପ୍ ଏବଂ ଡ୍ରପ୍ ଅଫ୍ ଲୋକେଶନର ଅପସନ ଆସିବ। ଆପଣ ଆପଣଙ୍କର ପିକଅପ୍ ଠିକଣାକୁ ମେସେଜ୍ କରିବାକୁ ପଡିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.