Loading...

ନାଟୋ ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କଲେ ଜେଲେନସ୍କି

ନାଟୋ ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କଲେ ଜେଲେନସ୍କି

ରୁଷ ଦ୍ୱାରା ଅନେକ ଅଞ୍ଚଳକୁ କବଜା କରିବା ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି । ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି ।

ରୁଷ ଦ୍ୱାରା ଅନେକ ଅଞ୍ଚଳକୁ କବଜା କରିବା ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି । ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି । ୟୁକ୍ରେନର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ ୟୁକ୍ରେନର ଏକ ବଡ଼ ଅଞ୍ଚଳକୁ ରୁଷରେ ମିଶାଇବା ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ତାଙ୍କ ଦେଶ ନାଟୋର ସଦସ୍ୟତା ହାସଲ କରିବା ପାଇଁ ତ୍ୱରିତ ଆବେଦନ ପ୍ରସ୍ତୁତ କରୁଛି । ଜେଲେନସ୍କି କହିଛନ୍ତି, ‘ଆମେ ନାଟୋରେ ତୁରନ୍ତ ସାମିଲ ହେବା ପାଇଁ ୟୁକ୍ରେନର ଆବେଦନ ଉପରେ ହସ୍ତାକ୍ଷର କରିବା ନେଇ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ’।  ତେବେ ତ୍ୱରିତ ଆବେଦନର ଅର୍ଥ କଣ ତାହା ସ୍ପଷ୍ଟ ହୋଇ ନାହିଁ । କାରଣ ନାଟୋରେ ସାମିଲ ହବା ପାଇଁ ଏହାର ସବୁ ସଦସ୍ୟ ଦେଶର ସର୍ବସମ୍ମତ ସମର୍ଥନର ଆବଶ୍ୟକତା ରହିଥାଏ।

ଚଳିତ ବର୍ଷ ଜୁନ ମାସରେ ତିନୋଟି ଦେଶ ଅନୁଷ୍ଠାନିକ ଭାବେ ନାଟୋରେ ସାମିଲ ହେବା ନେଇ ନିଜ ଇଚ୍ଛା ପ୍ରକାଶ କରିସାରିଛନ୍ତି । ୟୁକ୍ରେନ ଏବେ ଆନୁଷ୍ଠାନିକ ଭାବେ ଆବେଦନ କରିଛି । ଜୁଲାଇ ମାସରେ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନ ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଦୁଇ ଦେଶଙ୍କ ପାଇଁ ସମର୍ଥନ ପ୍ରକ୍ରିୟା ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନାଟୋ ୩୦ ପାଶ୍ଚାତ୍ୟ ଦେଶରେ ଏକ ସୈନ୍ୟ ସଂଗଠନ । ଏଥିରେ ସାମିଲ ପ୍ରମୁଖ ଦେଶ ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ସାମିଲ। ନାଟୋର ମୁଖ୍ୟ ଲକ୍ଷ୍ୟ ସୁରକ୍ଷା ନୀତି ଉପରେ କାମ କରିବ । ଯଦି କୌଣସି ନାଟୋ ଦେଶ ଉପରେ ଅନ୍ୟ ଦେଶ ଆକ୍ରମଣ କରନ୍ତି ତେବେ ନାଟୋରେ ସାମିଲ ସବୁ ଦେଶ ସଦସ୍ୟ ରାଷ୍ଟ୍ର ସମର୍ଥନରେ ବାହାରିଥାନ୍ତି । ଏପରିସ୍ଥିତିରେ ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ମିଳେ ତେବେ ରୁଷର ମୁକାବିଲା କେବଳ ୟୁକ୍ରେନ ନୁହେଁ ସାରା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.