ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ ।
ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ । ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍ ସେନା । ଋଷର ରୋସ୍ତୋଗ୍ ସହରରେ ମିସାଇଲ ମାଡ କରିଛି ୟୁକ୍ରେନ୍ । ଆକ୍ରମଣ ମଧ୍ୟରେ ପ୍ରଥମ ଥର ପାଇଁ ଋଷ ସୀମା ଭିତରେ ପଶି ଦୁଃସାହସ ଦେଖାଇଛି ୟୁକ୍ରେନ୍ ।
ଅନ୍ୟୃପଟେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସ୍ଥାନରେ ମିସାଇଲ ମାଡ କରିଚାଲିଛି ଋଷ । ମିସାଇଲ ମାଡର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ୟୁକ୍ରେନର ପରମାଣୁ ଘାଟିକୁ ମଧ୍ୟ ନିଜ କବଜାକୁ ନେଇସାରିଛି ଋଷ ସେନା । ଗତକାଲି ଠାରୁ ଯୁଦ୍ଧ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ଚୁପ୍ ବସିଛି ନାଟୋ । ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ନାଟୋ । ଭର୍ଚୁଆଲ ବୈଠକରେ ଆମେରିକା, ଇଂଲଣ୍ଡ ସମେତ ବଡବଡ ଦେଶ ଯୋଗ ଦେବେ । ଏହି ବୈଠକରେ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଆର୍ ପାର୍ ନିଷ୍ପତ୍ତି ନିଆଯିବ ।
ସେପଟେ ୟୁକ୍ରେନ ମଧ୍ୟ ଋଷକୁ ଶେଷ ଚେତାବନୀ ଦେଇଛି । ଦେଶ ଭିତରେ ପଶି ଆକ୍ରମଣର ପରିଣାମ ଋଷ ଭୟଙ୍କର ଭାବେ ଭୋଗିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି । ଅନ୍ୟପଟେ ଋଷର ଆଭିମୁଖ୍ୟ ଆଗକୁ କିଭଳି ରହିବ ତାହା ଉପରେ ମଧ୍ୟ ବିଶ୍ବବାସୀଙ୍କ ନଜର ରହିଛି । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନା ଋଷ ପଛଟୁ ହଟିବାର ସମ୍ଭାବନା ଖୁବ୍ କମ । ଏପଟେ ଋଷ ସହ ପୁରା ଦମରେ ଲଢୁଛି ୟୁକ୍ରେନ୍ । ସୈନ୍ୟ ସାମର୍ଥ୍ୟ କମ ଥାଇ ବି ପଛ ଘୁଞ୍ଚା କିମ୍ବା ଆତ୍ମସମର୍ପଣ କରୁନାହିଁ ୟୁକ୍ରେନ୍ ।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।