ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି ।
ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି । ନିକଟରେ ବେୟର୍ ଗ୍ରିଲ୍ସ ବୋଲଦିମିର୍ ଜେଲେନସ୍କିଙ୍କ ସହ ସାକ୍ଷାତ ପରେ ଜେଲେନସ୍କିଙ୍କ ଜଙ୍ଗଲ ବୁଲିବା କଥା ସାମ୍ନାକୁ ଆସିଛି ।
ଜେଲେନସ୍କିଙ୍କ ସହ ବେୟର୍ ଗ୍ରିଲ୍ସ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ଚଳିତ ସପ୍ତାହରେ ମୁଁ ୟୁକ୍ରେନ୍ ରାଜଧାନୀ କିଭ୍ ଯାତ୍ରା କରିଥିଲି । ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ପାଇଥିଲି । ଯେତିକିବି ସମୟ ଜେଲେନସ୍କିଙ୍କ ସହ ବିତାଇଲି ତାହା ମୋ ପାଇଁ ଏକ ସ୍ମରଣୀୟ ଅନୁଭବ ରହିବ ।
ବେୟର୍ ଗ୍ରିଲ୍ସ ଆହୁରି ମଧ୍ୟ କହିଛନ୍ତିକି, ମ୍ୟାନ ଭରସେସ୍ ୱାଇଲ୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱ ଜେଲେନସ୍କିଙ୍କ ବିସୟରେ କିଛି ଏମିତି ଅକୁହା କଥା ଜାଣିବେ, ଯାହା କେହି କେବେ ଜାଣିନଥିବେ । ଜେଲେନସ୍କିଙ୍କ ସହ କଥାବାର୍ତ୍ତା ମଧ୍ୟରେ ମତେ ଜାଣିବାକୁ ମିଳିଲା ୟୁକ୍ରେନ୍ କେତେ କଠିନତାର ସହ ଯୁଦ୍ଧ ମୁକାବିଲା କରୁଛି । ସାକ୍ଷାତକାର ସମୟରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ମୁଁ ଯୁଦ୍ଧ ମୁକାବିଲା ବାବଦରେ ପଚାରିଥିଲି । ସେ କେମିତି ଋଷ ସହ ମୁକାବିଲା କରୁଛନ୍ତି ଏହା ମଧ୍ୟ ପଚାରିଥିଲି । ଜେଲେନସ୍କି ଉତ୍ତରରେ ଯାହା କହିଲେ, ତାହା ଶୁଣି ମୋ ଲୋମ ଟାଙ୍କୁରି ଉଠିଥିଲା । ସବୁଠୁ ବଡ କଥା ହେଲା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବି ଜେଲେନସ୍କି ଯେଉଁଭଳି ଭାବରେ ଅତିଥି ସତକାର କଲେ ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ । ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଆଉ କଠିନ ପରିସ୍ଥିତିର ମୁକାବିଲା କରିବାର ସାହସ ଦେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।
ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୧୨ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବେୟର ଗ୍ରିଲ୍ସଙ୍କ ସହ ଜଙ୍ଗଲ ସଫାରୀରେ ଯାଇଥିଲେ । ବେୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବରଫ ଭଳି ଥଣ୍ଡା ନଦୀକୁ ପାର କରିବା ସହ ନଦୀ କୂଳରେ ବସି ବେୟର୍ ଗ୍ରିଲ୍ସଙ୍କ ସହ ଚା’ ମଧ୍ୟ ପିଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଠିକ୍ ମୋଦିଙ୍କ ଭଳି ଏବେ ମ୍ୟାନ୍ ଭରସେସ୍ ୱାଇଲ୍ଡ କାର୍ଯ୍ୟକ୍ରମରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିବ । ଆଉ ୟୁକ୍ରେନ୍ କେମିତି ଯୁଦ୍ଧ ମୁକାବିଲା କରୁଛି, ସେନେଇ କିଛି ଅକୁହା କଥା ଜାଣିବାକୁ ମିଳିବ ।
ତେବେ ବେୟର ଗ୍ରିଲ୍ସ ତାଙ୍କ ଇଂଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମକୁ ଟିଭିରେ ଦିଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେସ୍ ଉତକଣ୍ଠା ପ୍ରକାସ ପାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।