Loading...

ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ

ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି, ଋଷର ଟାର୍ଗେଟରେ ଏବେ ପ୍ରଥମେ ମୁଁ ରହିଛି । ଦ୍ୱିତୀୟରେ ମୋ ପରିବାର ରହିଛି । ତେବେ ମୁଁ କିମ୍ବା ମୋର ପରିବାର ବିଶ୍ୱାସଘାତକ ନୁହେଁ ଯେ ୟୁକ୍ରେନ୍ ଛାଡି ଚାଲିଯିବୁ ।

 

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ମୁଁ ୟୁକ୍ରେନରେ ରହିଛି, ମୋ ପରିବାର ମଧ୍ୟ ଏବେ ୟୁକ୍ରେନରେ ରହିଛନ୍ତି, ମୋର ପିଲା ମଧ୍ୟ ୟୁକ୍ରେନରେ ରହିଛନ୍ତି । ମୁଁ ଓ ମୋର ପରିବାର ୟୁକ୍ରେନର ନାଗରିକ । ଋଷ ବିରୋଧରେ ମୁଣ୍ଡ ନୁଆଁଇ ନଥିବାରୁ ଏବେ ମୁଁ ଓ ମୋର ପରିବାର ଏବେ ପ୍ରଥମ ଟାର୍ଗେଟରେ ରହିଛନ୍ତି । ଋଷ ସରକାର ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । ମୁଁ ୟୁରୋପୀୟ ଦେଶ ଗୁଡିକ ସହ କଥା ହେଲି, ଏପରିକି ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ପ୍ରଶ୍ନ କଲି । କିନ୍ତୁ କେହି ଉତ୍ତର ଦେଲେ ନାହିଁ । ସମସ୍ତେ ଋଷକୁ ଭୟ କରୁଛନ୍ତି, କିନ୍ତୁ ଆମେ ଋଷର ନାଲିଆଖିକୁ ଡରୁନାହୁଁ । ନିଜ ଦେଶର ସୁରକ୍ଷା ପାଇଁ ଲଢେଇ କରିବାକୁ ଡରୁନାହୁଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.