Loading...

ମେ ୯ ତାରିଖ ସୁଦ୍ଧା ଯୁଦ୍ଧର ଅବସାନ ଘଟାଇବାକୁ ରୁଷୀୟ ସେନାକୁ ନିର୍ଦ୍ଦେଶ

ରୁଷୀୟ ସେନା ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନୀୟ ସେନା ଦାବି କରିଛି ଯେ, ମସ୍କୋ ମେ ୯ ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହୁଁଛି।‘କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ‘ଜେନେରାଲ୍‌ ଷ୍ଟାଫ୍‌’ଙ୍କ ଗୁଇନ୍ଦାସୂତ୍ର ଦାବି କରିଛି ଯେ, ମେ ୯ ତାରିଖ ସୁଦ୍ଧା ଯୁଦ୍ଧର ଅବସାନ ଘଟାଇବାକୁ ରୁଷୀୟ ସେନାକୁ କୁହାଯାଇଛି।

ସୂଚନାଯୋଗ୍ୟ, ନାଜି ଜର୍ମାନି ଉପରେ ବିଜୟ ହାସଲ୍‌ କରିଥିବାରୁ ମେ ୯ ତାରିଖ ଦିନଟି ସମଗ୍ର ରୁଷ୍‌ରେ ମହାଡ଼ମ୍ବରେ ପାଳନ କରାଯାଏ। ଏହାଛଡ଼ା, ୟୁକ୍ରେନୀୟ ବନ୍ଦରଗୁଡ଼ିକରେ ଥିବା ଜାହାଜ ସବୁକୁ ଛାଡ଼ିବା ଲାଗି ରୁଷ୍‌ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଦେଇଥିବା କଥା ମଧ୍ୟ ‘ଦି କିବ୍ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି। ଜାହାଜଗୁଡ଼ିକ ପାଇଁ ରୁଷ୍‌ ଖୋଲିଥିବା ମାନବୀୟ କରିଡର୍‌ର ପ୍ରସ୍ତ ୩ ମାଇଲ୍‌ ଯାଏ ପରିବ୍ୟାପ୍ତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.