Loading...

ଋଷର ହିଟଲିଷ୍ଟରେ ଥିବା ଜେଲେନସ୍କିଙ୍କ ଟେର ପାଉନି ଋଷ

ଋଷର ହିଟଲିଷ୍ଟରେ ଥିବା ଜେଲେନସ୍କିଙ୍କ ଟେର ପାଉନି ଋଷ

ମାଟି ତଳେ ଥିବା ବଙ୍କର ହିଁ ଏବେ ଜେଲେନସ୍କିଙ୍କ ପାଇଁ ୱାରରୁମ ପାଲଟିଛି । ଯେଉଁଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଟ୍ରାକ କରିବା ମଧ୍ୟ ଶତ୍ରୁ ପକ୍ଷେ ସହଜ ହେଉନାହିଁ । ଆଉ ଏହି ବଙ୍କରରୁ ହିଁ ଅନ୍ୟ ଦେଶ ସହ ଯୋଗାଯୋଗ କରୁଛନ୍ତି ଜେଲେନସ୍କି

ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଆମେରିକା ଓ ୟୁରୋପୀୟ ଦେଶର ଚେତାବନୀ ଏବଂ ବାରମ୍ବାର ଆଲୋଚନା ସତ୍ତେ୍ୱ ମଧ୍ୟ ଏଯାଏଁ ଯୁଦ୍ଧ ବନ୍ଦ ହେଉନାହିଁ । ଋଷର ପ୍ରଚଣ୍ଡ ଆକ୍ରମଣ ୟୁକ୍ରେନର ଅଧିକାଂଶ ସହରକୁ ଛାରଖାର କରି ସାରିଲାଣି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଋଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ୍ । ଆଉ ଏହା ପଛର ସବୁଠୁ ବଡ କାରଣ ସାଜି ଉଭା ହୋଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତିଙ୍କ ପଦିଏ ପଦିଏ କଥା ଦେଶବାସୀ ଓ ସେନାର କେବଳ ମନୋବଳ ବଢାଉନାହିଁ ବରଂ ଋଷ ବିରୋଧରେ ଲଢେଇ କରିବାକୁ ନୂଆ ଉର୍ଜା ଭରୁଛି । ଯୁଦ୍ଧ ଭିତରେ ସେନା ଓ ସାଧାରଣ ଲୋକଙ୍କ ସହ ଅନେକ ସମୟରେ ଜେଲେନସ୍କିଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଜେଲେନସ୍କି କେତେବେଳେ କେଉଁଠିକୁ ଯାଉଛନ୍ତି ତାହା ଜାଣିବା ବେଶ କଷ୍ଟକର । ଋଷର ହିଟଲିଷ୍ଟରେ ରହିଥିବାରୁ ଜେଲେନସ୍କିଙ୍କ ଠିକଣାକୁ ଅତି ଗୁପ୍ତ ରଖାଯାଇଛି । କାରଣ ଜେଲେନସ୍କି ହିଁ ଏକମାତ୍ର ବ୍ୟକ୍ତି ଯିଏ ଋଷକୁ ମୁହଁତୋଡ ଜବାବ ଦେବା ଜାରି ରଖିଛନ୍ତି । ଆଉ ଜେଲେନସ୍କିଙ୍କ ଆହ୍ୱାନକ୍ରମେ ପୂରା ଦେଶବାସୀ ଏବେ ୟୁକ୍ରେନର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ତେବେ ଜେଲେନସ୍କି କେଉଁଠାରେ ରହି ସେନାର ପୂରା ଅପରେସନକୁ ଅପରେଟ କରୁଛନ୍ତି । ସେ ବାବଦରେ ଋଷ ଜାଣିବାକୁ ଯେତିକି ଆଗ୍ରହୀ, ସାଧାରଣ ଲୋକ ଜାଣିବାକୁ ମଧ୍ୟ ସେତିକି ଆଗ୍ରହୀ । 

210411151244-01-ukraine-zelensky-front-lines
 

କୁହାଯାଉଛି, ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ଏକ ଅଜ୍ଞାତ ସ୍ଥାନରେ ମାଟି ତଳେ ଥିବା ବଙ୍କରରେ ରହୁଛନ୍ତି । ଆଉ ଜେଲେନସ୍କିଙ୍କ ସୁରକ୍ଷାରେ ୟୁକ୍ରେନର ସେନା ଓ ସ୍ନାଇପର କମାଣ୍ଡୋ ରହିଛନ୍ତି । ଆଉ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୈନିକ ମାତ୍ର ୨ ଘଣ୍ଟା ଶୋଉଛନ୍ତି ଜେଲେନସ୍କି । ପ୍ରତି ୪ ଦିନରେ ଥରେ ଜେଲେନସ୍କି ବଙ୍କରରୁ ବାହାରି ଗ୍ରାଉଣ୍ଡରେ କଣ ସ୍ଥିତି ଅଛି ତାହା ଜାଣିବାକୁ ଚେଷ୍ଟା କରନ୍ତି । ସବୁଠୁ ବଡ କଥା ହେଉଛି ଜେଲେନସ୍କି ଯେଉଁ ବଙ୍କରରେ ରହୁଛନ୍ତି ସେଠାରେ ତାଙ୍କ ପରିବାରର କୌଣସି ସଦସ୍ୟ ରହୁନାହାନ୍ତି ।

zelensky-ukraine-russia-war-time-cover-story02
 

 

ଜେଲେନସ୍କି ଅଧିକାଂଶ ସମୟ ବଙ୍କରରେ ରହୁଥିବା ବେଳେ ସେହିଠାରୁ ହିଁ ସେନାକୁ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିର୍ଦ୍ଦେଶ ଦେଉଛନ୍ତି । ମାଟି ତଳେ ଥିବା ବଙ୍କର ହିଁ ଏବେ ଜେଲେନସ୍କିଙ୍କ ପାଇଁ ୱାରରୁମ ପାଲଟିଛି । ଯେଉଁଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଟ୍ରାକ କରିବା ମଧ୍ୟ ଶତ୍ରୁ ପକ୍ଷେ ସହଜ ହେଉନାହିଁ । ଆଉ ଏହି ବଙ୍କରରୁ ହିଁ ଅନ୍ୟ ଦେଶ ସହ ଯୋଗାଯୋଗ କରୁଛନ୍ତି ଜେଲେନସ୍କି ।

l_ukraine-zelensky-war-eastern-ukraine-08222019-1
 

 ଗୋଟିଏ ପଟେ ସେନାର ସୁରକ୍ଷାବଳୟ ଭିତରେ ଜେଲେନସ୍କି ରହିଥିବା ବେଳେ ଅନ୍ୟପଟେ ତାଙ୍କ ପତ୍ନୀ ସୋସିଆଲ ମିଡ଼ିଆରେ ଋଷକୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଋଷର ସେନା ୟୁକ୍ରେନରେ ଯେଉଁ ନରସଂହାର କରୁଛି ତାହାର ଫଟୋ ସେୟାର କରି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଓଲେନା ଜେଲେନସ୍କି କହିଛନ୍ତି ସବୁ ମହିଳାଙ୍କ ଭଳି ମୋ ସ୍ୱାମୀଙ୍କ ସୁରକ୍ଷା ପାଇଁ ମଧ୍ୟ ମୁଁ ଚିନ୍ତିତ । ଯେଉଁଥିପାଇଁ ପ୍ରତିଦିନ ଫୋନ୍ କରିବା ପୂର୍ବରୁ ସେ ଭଲରେ ଥାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.