ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି ।
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି । ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି କି ଗୁଟେରେସ ମଙ୍ଗଳବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଭେଟିବେ । ଏହାପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ସଂଯୁକ୍ତ ରାଷ୍ଟ୍ରପକ୍ଷରୁ କୁହାଯାଇଛି କି ଗୁତାରେସ ବୁଧବାର ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଦିମିରି ଜେଲେନସ୍କି ଓ ବିଦେଶମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ସହ ଭେଟିବାକୁ ୟୁକ୍ରେନ ଗସ୍ତ କରିବେ । ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ଏରୀ କାନେକୋ କହିଛନ୍ତି କି ଏହି ଉଭୟ ଗସ୍ତର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ।
ଗୁଟାରେସ ମଙ୍ଗଳବାର ଦିନ ଉଭୟ ଦେଶର ରାଷ୍ଟ୍ରପତିଙ୍କୁ ଭିନ୍ନ ଭିନ୍ନ ରାଜଧାନୀରେ ଭେଟ କରିବାକୁ କହିଛନ୍ତି । ଏହାସହ ଚଳିତମାସ ମଧ୍ୟରେ କିଭଳି ଯୁଦ୍ଧ ଉପରେ ରୋକ ଲଗାଯାଇ ପାରିବ ତାହା ଉପରେ ଆଲୋଚନା କରିବାକୁ ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ମାନବାଧିକାର ଅଧିକାରୀଙ୍କୁ ମସ୍କୋ ଓ କ୍ୱିବ ପଠାଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।