News

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ

Untitled 1

ଦିନକୁ ଦିନ ବଦଳୁଛି ବିଶ୍ୱ ଆଉ ବଢୁଛି ସଙ୍କଟ । ସମଗ୍ର ବିଶ୍ୱକୁ ଚମକାଇଦେଲା ଜାତିସଂଘ ରିପୋର୍ଟ । ଆଜି ବି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବିଶ୍ୱର ୮୨ କୋଟିରୁ ଉଦ୍ଧ୍ୱର୍ ଲୋକ ।  ବିଶ୍ୱରେ ୨୦୦ କୋଟିରୁ ଉଦ୍ଧ୍ୱର୍ ଲୋକେ ଖାଦ୍ୟ ଅଭାବର ଶିକାର ହେଉଛନ୍ତି । ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ  ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି କି, ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଆଗାମୀ ୨୦୩୦ ସୁଦ୍ଧା ଅନେକ ଶିଶୁ ଅପପୃଷ୍ଟିର ଶିକାର ହେବେ ଏବଂ ଯେଉଁ ସ୍ଲୋଗାନ ଦିଆଯାଉଛି ‘କେହି ଜଣେ ଭୋକିଲା ରହିବେ ନାହିଁ’ ତାହା କେବେହେଲେ ପୂରଣ ହୋଇପାରିବ ନାହିଁ ।

ଜାତିସଂଘର (ଏଚ୍-ଏଲ-ପି-ଏଫ୍) ବା ହାଇ ଲେଭଲ ପଲିଟାକାଲ ଫୋରମ ଦ୍ୱାରା ପ୍ରକାଶିତ ହୋଇଥିବା ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସବୁଠାରୁ ଅଧିକ ତଥା ୨୦ ପ୍ରତିଶତ ଲୋକ ଆଫ୍ରିକାରେ ଅପପୃଷ୍ଟିର ଶିକାର ହେଉଛନ୍ତି । ସେହିଭଳି ଏସିଆରେ ୧୨ ପ୍ରତିଶତ ଏବଂ ଲାଟିନ୍ ଆମେରିକା ଓ ପ୍ରଶାନ୍ତ  ମହାସାଗରୀୟ ଅଞ୍ଚଳରେ ୭ ପ୍ରତିଶତ ଲୋକ ଭୋକିଲା ରହୁଛନ୍ତି ।ତେବେ ଅଗାମୀ ଦିନରେ ବିଶ୍ୱ ଭୋଗିବାକୁ ଯାଉଥିବା ଏହି ବଡ଼ ସଂକଟରୁ ମୁକ୍ତି ପାଇବାକୁ ହେଲେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ଜାତିସଂଘ । ଆଉ ୨୦୩୦ ବେଳକୁ ‘କେହି ଜଣେ ଭୋକିଲା ରହିବେ ନାହିଁ ‘ ଏବେ ବିଶ୍ୱବାସୀଙ୍କ ପାଇଁ ଆହ୍ୱାନକାରୀ ପାଲଟିଥିବା ରିପୋର୍ଟ କହୁଛି ।

ପଢନ୍ତୁ: ନିର୍ବାଚନୀ ପ୍ରଚାର ପାଇଁ ନବୀନଙ୍କ ପାଟକୁରା ଗସ୍ତ

Related posts

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Moharana

ଡେରା ବାବା ନାନକ-କର୍ତ୍ତାରପୁର ସାହିବ କରିଡର ଶିଳନ୍ୟାସ କଲେ ଉପରାଷ୍ଟ୍ରପତି

ENO Beuro

1 comment

Leave a Comment