News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ

ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ ସୁଶ୍ରୀ ମାରିଆ ଫର୍ଣ୍ଣାଡା ଏସ୍ପିନୋସା ଗାର୍ସେସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ୭୩ତମ ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ସୁଶ୍ରୀ ଏସ୍ପିନୋସାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

unga ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ unga

ସୁଶ୍ରୀ ଏସ୍ପିନୋସା ମିଳିତ ଜାତିସଂଘ ସାଧାରଣ ପରିଷଦର ପରବର୍ତ୍ତୀ ଅଧିବେଶନ ଲାଗି ନିଜର ପ୍ରାଥମିକତାଗୁଡ଼ିକ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ନୂତନ ଉତ୍ତରଦାୟିତ୍ୱ ନିର୍ବାହ କରିବାରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ଏବଂ ସୃଜନାତ୍ମକ ସହଯୋଗ ଲାଗି ଆଶ୍ୱାସନା ଦେଇଥିଲେ।

ସେ ଆତଙ୍କବାଦ, ମିଳିତ ଜାତିସଂଘରେ ସଂସ୍କାର ଏବଂ ଜଳବାୟୁ ପରିବର୍ତ୍ତନ ସହିତ ପ୍ରମୁଖ ଜାଗତିକ ଆହ୍ୱାନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ପଢନ୍ତୁ;ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

Related posts

ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ENO Beuro

ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କଲାବେଳେ କାର୍ଡ କ୍ଲୋନିଂ ପ୍ରତି ସତର୍କ ରୁହନ୍ତୁ

ENO Beuro

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More