News

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ନେଲେ ୬୯ ହଜାରରୁ ଊର୍ଦ୍ଧ୍ୱ ଶିଶୁ

born

ନୂଆ ବର୍ଷର ପ୍ରଥମ ଦିନରେ ସବୁଠାରୁ ଅଧିକ ଶିଶୁ ଜନ୍ମ କରିବା ମାମଲାରେ ଭାରତ ପ୍ରଥମ ନମ୍ବରରେ ଅଛି । ଭାରତରେ ଜାନୁୟାରୀ ୧ ରେ ପାଖାପାଖି ୬୯ହଜାର ୯୪୪ ଶିଶୁ ଜନ୍ମ ନେଇଛନ୍ତି । ଏହାର ଅର୍ଥ ସାରା ଦୁନିଆର ୧୮ ପ୍ରତିଶତ ଶିଶୁଙ୍କ ଜନ୍ମ ଭାରତରେ ହୋଇଛି ।

ଜାତିସଂଘର ରିପୋର୍ଟ ଅନୁଯାୟୀ ଚାଇନାରେ ୪୪,୯୪୦ ଓ ନାଇଜେରିଆରେ ୨୫,୬୮୫ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଅନୁମାନ କରାଯାଇଛି। ଭାରତର ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। ପାକିସ୍ତାନରେ ୧୫,୧୧୨ ଶିଶୁ ଜନ୍ମନେବା ସହ ଏହି ତାଲିକାର ଚତୁର୍ଥ ସ୍ଥାନ ଅକ୍ତିଆର କରିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

born

ନୂଆ ବର୍ଷ ଆସିବାମାତ୍ରେ ସର୍ବପ୍ରଥମେ ଫିଜିରେ ଶିଶୁ ଜନ୍ମ ଗ୍ରହଣ କରିଥିଲେ ଏବଂ ଶେଷରେ ଆମେରିକାରେ ଶିଶୁ ଜନ୍ମ ହୋଇଥିଲେ । ୟୁନିସେଫ ସବୁ ରାଷ୍ଟ୍ରଙ୍କୁ ପ୍ରତ୍ୟେକ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଜୀବୀତ ରହିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କହିଛି । ଏଜେନ୍ସି ଉପ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶାଲର୍ଟ ପେଟ୍ରି ଗୋର୍ନିଟଜ୍କା ବିଶ୍ୱର ଦେଶଗୁଡିଙ୍କୁ ପ୍ରତ୍ୟେକ ପିଲା ଜୀବୀତ ରହିବାର ଅଧିକାର ସହିତ ଅନ୍ୟ ଅଧିକାରଗୁଡିକୁ ସୁନିଶ୍ଚିତ କରିବାପାଇଁ ଅପିଲ୍ କରିଛି।

ପଢନ୍ତୁ; ଖାଆନ୍ତୁ ମକାରେ ତିଆରି ରୁଟି,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!

ENO Beuro

ପେଥାଇ ଉଜାଡିଲା ୧୬ ଜିଲ୍ଲାରେ ଫସଲ

ENO Beuro

ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

ENO Beuro

Leave a Comment