News

ଚେନ୍ନାଇ ନୌସେନା ଷ୍ଟେସନ୍‌ରେ ଉଡିଲା ଅଜ୍ଞାତ ଡ୍ରୋନ୍‌: ତଦନ୍ତ ଜାରି

drone spoted at chennai naval station

ଭାରତ ଆକାଶରେ ଅଜ୍ଞାତ ଡ୍ରୋନ…

ଭାରତ ଓ ପାକିସ୍ତାନ ମଧ୍ୟରେ  ବିବାଦ ଚରମ ସୀମାରେ ପହଞ୍ଚିଲାଣି। ଭାରତ ଏବେ ପୁରା ସତର୍କ । ଭାରତ ତାର ତିନି ବାହିନୀକୁ  ଆଲର୍ଟ ରହିବା ପାଇଁ ନିର୍ଦେଶ ଦେଇଛି। ସେଥିରେ ସାମିଲ ଅଛି ଭାରତୀୟ ନୌସେନା  । ଗତ ସୋମବାର ରାତି ପ୍ରାୟ ୯:୧୫ ସମୟରେ ଚେନ୍ନାଇସ୍ଥିତ  ନୌସେନା ଷ୍ଟେସନ୍‌ ନିକଟରେ ଗୋଟାଏ ଅଜ୍ଞାତ ଡ୍ରୋନ୍‌ 10 ମିନିଟ ଉଡୁଥିବାର ଦେଖାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଦେଖାଯାଇଥିବାବେଳେ ଅଜ୍ଞାତ ଡ୍ରୋନ ଭାରତୀୟ ଆକାଶରେ  ଦେଖାଯିବା ଏକ ଚିନ୍ତାର ବିଷୟ । ଡ୍ରୋନ୍‌ ଦେଖାଯିବା ପରେ ତୁରନ୍ତ ସେକ୍ରେଟେରିଏଟ୍‌  ଥାନାକୁ ସୂଚନା ଦିଆଯାଇଥିଲାବେଳେ ଏହାର ତଦନ୍ତ  ଜାରି ରହିଛି ବୋଲି କହିଛି ନୌସେନା ବିଭାଗ ।

ସମପରି ସୋମବାର ଦିନ ରାଜସ୍ଥାନ ଅନ୍ତର୍ଗତ ଭାରତ-ପାକିସ୍ତାନ ଆନ୍ତର୍ଜାତିକ  ସୀମା ଗୋଟାଏ ଅଜ୍ଞାତ ଉଡ଼ନ୍ତା ବସ୍ତୁ ଗୁଳିମାରି ଖସାଇ ଦେଇ ଥିଲା ଭାରତୀୟ ବାୟୁସେନା  ବିଭାଗ । ପରେ ତଦନ୍ତରୁ ତାହା ଏକ ଡ୍ରୋନ ବୋଲି କହିଥିଲା ବାଯୁସେନା ବିଭାଗ।

drone fly over india
unidintified drone fly over international border

ପଢନ୍ତୁ: ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପ୍ରଶଂସାରେ ଶତମୁଖ ବିଜେପି ମନ୍ତ୍ରୀ

Related posts

ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ : ବିନା ସଙ୍କୋଚରେ ବ୍ୟବହାର କରନ୍ତୁ

ENO Beuro

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ୍‌ ହସିନା

ENO Beuro

ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି

ENO Beuro

Leave a Comment