• Home
  • News
  • ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି
News

ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି

ରେଳ ବଜେଟରେ ଓଡିଶାକୁ ଅବହେଳା

ଚଳିତ ୨୦୧୮-୧୯ ବଜଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ରେଳ ବିଭାଗ ପାଇଁ ୧ ଲକ୍ଷ ୪୮ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏଥର ଓଡ଼ିଶାକୁ ମିଳିଛି ୫ ହଜାର ୨୫୨ କୋଟି  ଟଙ୍କାର ବ୍ୟୟବରାଦ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି ।

ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୬,୫୦୦ କୋଟି ଟଙ୍କା ଦାବି କରାଯାଇଥିବାବେଳେ ଏହା ତାହାଠାରୁ କମ୍‌ ରହିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ୪୩,୭୫୧ କୋଟି ଟଙ୍କାର ୩୬ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ଏହା ଅଧୀନରେ ୪,୭୫୦ କିଲୋମିଟର ରେଳଲାଇନ୍‌ ନିର୍ମାଣ କରାଯାଉଛି। ୨୦୧୭-୧୮ ପାଇଁ ରାଜ୍ୟ ସରକାର ୫,୮୭୦ କୋଟି ଟଙ୍କାର ବ୍ୟୟବରାଦ ଦାବି କରିଥିବାବେଳେ କେନ୍ଦ୍ର ସରକାର ୫,୧୦୨ କୋଟି ଟଙ୍କା ପ୍ରଦାନ କରିଥିଲେ ।

ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବ୍ରହ୍ମପୁର ଷ୍ଟେସନରେ ବିଜେଡିର ରେଳରୋକ। ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଘଂଟିକିଆ ରେଳ ରୋକ୍ କରାଯାଇଛି । ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ କାରଖାନ ସ୍ଥାନାନ୍ତରକୁ ବିରୋଧ କରି ରେଳ ରୋକ୍ କରିଥିଲେ । ଶତାଧିକ ବିଜେଡି କର୍ମୀ ରେଳ ରୋକ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ବିକ୍ଷୋଭ କରିଛନ୍ତି । ରେଳ ବିଭାଗ ଓଡିଶାରୁ ଅଧିକ ରାଜସ୍ୱ ପାଉଥିବାବେଳେ କମ୍ ଦେଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଏହା ଦ୍ୱାରା ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ଅନ୍ୟପଟେ, ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା । କ୍ଷେତରାଜପୁର ଷ୍ଟେସନରେ ଜିଲ୍ଲା ବିଜେଡି ତରଫରୁ ଘଂଟିକିଆ ବନ୍ଦ ପାଳନ ହୋଇଛି । ରେଳ ବଜେଟରେ ପଶ୍ଚିମ ଓଡିଶାକୁ ଅବହେଳା ପ୍ରତିବାଦରେ ବନ୍ଦ ପାଳନ ହୋଇଛି ।
ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି Rail budget 2018 19
ପଢନ୍ତୁ ;

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

Krishna Kumar Manoj

ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ

Sumitra Mahajan Inaugurates The Children Exhibition “New India-We Resolve to Make”

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More