News

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

home

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏକତା ଦୌଡ଼ (ରନ୍ ଫର ୟୁନିଟି)ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଦୌଡ଼ରେ ବହୁ ସଂଖ୍ୟକ ଯୁବକ, ଯୁବତୀ ଓ ବରିଷ୍ଠ ନାଗରିକ ଉତ୍ସାହର ସହ ଭାଗ ନେଇଛନ୍ତି । ଏହି ଅବସରରେ ସେ ପ୍ରତିଯୋଗୀମାନଙ୍କୁ ଏକତାର ଶପଥ ପାଠ କରାଇଥିଲେ ।

home

ଉପସ୍ଥିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ରାଜନାଥ ସିଂହ ଭାରତର ସ୍ୱାଧୀନତା ପରେ ବିଭିନ୍ନ ରାଜ୍ୟର ଏକତ୍ରୀକରଣ ଦିଗରେ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିଥିଲେ । ଭାରତର ଏକତା ଓ ଅଖଣ୍ଡତା ପଛରେ ସର୍ଦ୍ଦାର ପଟେଲଙ୍କ ସାହସ ହିଁ ଥିଲା ବୋଲି ସେ କହିଥିଲେ । ଦେଶ ତାଙ୍କ ନିକଟରେ ଋଣୀ । ଭାରତର ଲୌହ ମାନବଙ୍କ ସ୍ୱପ୍ନକୁ ସଫଳ କରିବା ଦିଗରେ ଆମେ ଏବେ ଶପଥ ନେବା ଆବଶ୍ୟକ ବୋଲି ସେ କହିଥିଲେ ।

ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 143ତମ ଜନ୍ମ ବାର୍ଷିକୀ ଅବସରରେ ପଟେଲ ଚୌକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପଢନ୍ତୁ; କ୍ଷୀର ଚା’ ଅପେକ୍ଷା କଳା ଚା’ ଶରୀର ପାଇଁ ବେଶ ଲାଭଦାୟକ! ଜାଣନ୍ତୁ ଏହାର କାରଣ

Related posts

ଲୋକସଭାରେ ଅପରାଧ ଆଇନ ସଂଶୋଧନ ବିଲ୍ ଗୃହିତ: ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ

ENO Beuro

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

ENO Beuro

ବିନା ସୁଧରେ ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡ଼ି ଟ୍ରଷ୍ଟ

ENO Beuro

Leave a Comment