POLITICALS

ମେଟ୍ରୋ ଟ୍ରେନ୍‌ରେ ଠିଆହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

Untitled 1

ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା।

ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌  ମଧ୍ୟ ଠିକ୍‌ ଏହିପରି କିଛି କରିଛନ୍ତି, ଯାହାକୁ ନେଇ ଏବେ ଶୋସାଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି।

Capture

ମଙ୍ଗଳାବାର ରାତିରରେ ଶେଖାୱତ୍‌ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଫରିଦାବାଦକୁ ଯାଉଥିଲେ। ଏଥିପାଇଁ ସେ  କୌଣସି ସରକାରୀ ସୁବିଧା ବ୍ୟବହାର ନ କରି ସାଧାରଣ ଲୋକଙ୍କ ଭଳି ଦିଲ୍ଲୀ ମେଟ୍ରୋରେ ବସି  ଯାତ୍ରା କରିଥିଲେ। କିନ୍ତୁ ମେଟ୍ରୋରେ ଭିଡ଼ ଥିବାରୁ ତାଙ୍କୁ ସିଟ୍‌ ମିଳିନଥିଲା। ଫଳରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଟ୍ରେନରେ ଥିବା ପିଲର ଧରି ଛିଡ଼ା ହୋଇଥିଲେ। କିନ୍ତୁ କିଛି ସମୟ ପରେ  ଗାଡ଼ିରୁ ଜଣେ ଓହ୍ଲାଇବାରୁ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ବସିବାକୁ ସିଟ୍‌ ପାଇଥିଲେ।

Minister
Minister

ଏହାକୁ ଟୁଇଟରରେ ଶେୟାର କରିଛନ୍ତି ନିଜେ ମନ୍ତ୍ରୀ। ଏଥି ସହିତ ସେ ଟ୍ୱିଟର ଲେଖିଛନ୍ତି, ‘ମେଟ୍ରୋ ଏକ ସଫଳ ଜନ ପରିବହନ ଯୋଜନା। ମେଟ୍ରୋ ଟ୍ରେନ୍ ଏବଂ ଷ୍ଟେସନର ସ୍ୱଚ୍ଛତା ଏହି ସଫଳତାର ଏକ ଅଭିନ୍ନ ଅଙ୍ଗ।’

ପଢନ୍ତୁ: ସ୍କୁଲରେ ପହଞ୍ଚି ପାରୁନି ‘ଖୁସି’

Related posts

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

Ratnamani Moharana

ଯୋଗ ଦିବସରେ ଟୁଇଟ କରି ଅଡୁଆରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Ratnamani Moharana

୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ ଜିଲ୍ଲାପାଳ

Ratnamani Moharana