News

ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପ୍ରଶଂସାରେ ଶତମୁଖ ବିଜେପି ମନ୍ତ୍ରୀ

athwala praise imran

ପୁରା ଦୁନିଆ ଏବେ ପାକିସ୍ତାନ ବିରୋଧୀ। ପାକିସ୍ତାନର ବାରମ୍ବାର ଭାରତ ଆକ୍ରମଣ ପାଇଁ କେବଳ ଭାରତ ନୁହେଁ ପାକିସ୍ତାନକୁ ସବୁ ଦେଶ ନିନ୍ଦା  କରିଆସୁଛନ୍ତି। ନିକଟରେ ଭାରତର କିଛି ରାଜନେତା ପାକିସ୍ତାନର ପ୍ରଶଂସା  କରି ହଟହଟା ହୋଇଥିବା କଥା ତ ଆପଣ ଜାଣିଥିବେ। ପାକିସ୍ତାନର ପ୍ରଶଂସା କରି ପଞ୍ଜାବର ନବଜୋତ ସିଂ କୁ ପୁରା ଭାରତର ଲୋକମାନେ ବିରୋଧ କରିବା ସହ ତାଙ୍କୁ କପିଲ ଶର୍ମା ସୋ ରୁ ମଧ୍ୟ ବାଦ ଦିଆଯାଇଛି। ବର୍ତ୍ତମାନ ଏହି ଲିଷ୍ଟରେ ବିଜେପି ମନ୍ତ୍ରୀଙ୍କ ନାମ ମଧ୍ୟ ସାମିଲ ହୋଇଛି। ବିଭିନ୍ନ ସୋସିଆଲ ମିଡିଆରେ ମୋଦୀଙ୍କ ମନ୍ତ୍ରୀ ଇମ୍ରାନଙ୍କୁ ପ୍ରଶଂସା   କରିବା କଥା ବେଶ ଭାଇରାଲ ହେବାରେ ଲାଗିଛି।

imran khan
pakistan prime minister

ନିକଟରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠଓ୍ୱାଲେ  ନିଜର ହରିୟାଣା ଗସ୍ତ ସମୟରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଭାରତୀୟ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମାତ୍ର ୬୦ ଘଣ୍ଟା ମଧ୍ୟରେ ଛାଡିଦେଇଥିବାରୁ ଇମ୍ରାନଙ୍କୁ ପ୍ରଶଂସା କରିବା ସହ ଦେଶରେ ଶାନ୍ତି ରକ୍ଷା କରିବା ପାଇଁ ଏପରି କାମ କରିଛନ୍ତି ବୋଲି କହିଛନ୍ତି ଅଠଓ୍ୱାଲେ। ସେ ଏହା ମଧ୍ୟ କହିଛନ୍ତି କି ଏହାକୁ ନେଇ କୌଣସି ପ୍ରକାର ରାଜନୀତି  କରାଯାଉ।

ପଢନ୍ତୁ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

Related posts

ଭଗତ୍‌ ସିଂଙ୍କୁ ଆତଙ୍କବାଦୀ କହି ଅଡୁଆରେ ପ୍ରଫେସର

ENO Beuro

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

ENO Beuro

ସେନାରେ ଯୋଗ ଦେବେ ମୃତ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ

Ratnamani Moharana

Leave a Comment