30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ପିପିଲି ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ହେଭିୱେଟ ନେତା

ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଲାଗି ଆଉ କେବଳ ୨ ଦିନ ବାକି । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି ୩ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀ ।ସେଥିପାଇଁ ପିପୀଲିରେ ଦେଖିବାକୁ ମିଳୁଛନ୍ତି ହେଭିୱେଟ ନେତା। ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜିସକାଳେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ତମ ଜୟନ୍ତୀ କାର୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବା ପରେ ପିପିଲି ଅଭିମୁଖେ ଗସ୍ତ କରିବେ।

 

ଗତକାଲି କଂଗ୍ରେସ ପାର୍ଥୀ ବିଶ୍ଵକେଶନଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ଲହାଇ ଥିଲେ ଖୋଦ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ବିଜେପି ଓ ବିଜେଡିକୁ ମିଛ ସୌଦାଗର ବୋଲି କହିଛନ୍ତି ପିସିିସି ସଭାପତି । କେବଳ ମିଛ ପ୍ରତିଶୃତି ଦେଇ ଉଭୟ ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ନିଜେ ଗାଁ ଗାଁ ବୁଲି ପ୍ରଚାର କରୁଥିଲାବେଳେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ନଜର ରଖି ମହିଳା ସମାବେଶ କରୁଛନ୍ତି ।

ପଢନ୍ତୁ: ଓଡ୍ରାଫ୍ ବୋଟ୍ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ କଲେ ADG ଆର କେ ଶର୍ମା

Related posts

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା, ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More