News

ଦିଲ୍ଲୀରେ ଦୁଇଟି ଅଭିନବ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

ଦୈନିକ 10ଲକ୍ଷ ଲିଟର ବର୍ଜ୍ୟରୁ 3 ଟନ ଜୈବ ଇନ୍ଧନ ପ୍ରସ୍ତୁତ କରାଯାଇ ପାରିବ : ଡକ୍ଟର ହର୍ଷବର୍ଦ୍ଧନ

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ  ଦିଲ୍ଲୀଠାରେ ଦୁଇଟି ଅଭିନବ ବର୍ଜ୍ୟ ବିଶୋଧନାଗାରର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ବର୍ଜ୍ୟକୁ ଏହି ପ୍ଲାଣ୍ଟରେ ପୁନଃଚକ୍ରଣ ପ୍ରକ୍ରିୟାରେ ବିଶୋଧିତ କରାଯାଇ ସେଥିରୁ ସ୍ୱଚ୍ଛ ଜଳ ଉତ୍ପାଦନ କରାଯିବାସହ ଜୈବ ଇନ୍ଧନ ବାହାର କରାଯାଇପାରିବ । ନୂଆଦିଲ୍ଲୀର ସନ୍ଡ଼ାୟାଲ ପାର୍କଠାରେ ଏହି “ଲୋକାଲ ଟ୍ରିଟମେଣ୍ଟ ଅଫ୍ ଅର୍ବାନ ସିୱେଜ ସିଷ୍ଟମ୍ସ ଫର ହେଲଦୀ ରିୟୁଜ୍ (ଲୋଟସ୍ଏଚଆର) ସ୍ଥାପନ କରାଯାଇଛି । ବାରାପୁଲ୍ଲା ଡ୍ରେନର ଜଳକୁ ଏଭଳି ପୁନଃବ୍ୟବହାରକ୍ଷମ ଜଳ ଓ ଇନ୍ଧନ ପ୍ରସ୍ତୁତ କରିବାରେ ସହାୟକ ହେବ ।

ଡ଼କ୍ଟର ହର୍ଷବର୍ଦ୍ଧନ ଏହି ଅବସରରେ ଅନ୍ୟ ଦୁଇଟି ବାୟୋଟୟଲେଟର ଉଦଘାଟନ କରିଛନ୍ତି ଏବଂ ତାହା ଡ଼ିବିଟି-ବିରାକ ତଥା ବିଲ୍ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା ସନ୍ଡ଼ାୟାଲ ପାର୍କଠାରେ ସ୍ଥାପନ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନକୁ ସାକାର କରିବା ସକାଶେ ଏହା ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ଅନ୍ୟ ଏକ ଅଭିନବ ପ୍ରୟାସ ଯାହାକୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିକଟରେ ଆରମ୍ଭ କରାଯାଇଥିବା “ସ୍ୱଚ୍ଛତା ହିଁ ସେବା” ଆନ୍ଦୋଳନ ଅବସରରେ କାର୍ଯ୍ୟକାରୀ କରାଯାଉଛି ।

ଏହି ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ପାଇଲଟ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା ଗବେଷକ ଓ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଲେ ଯେ ଏହି ପ୍ଲାଣ୍ଟ ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ । ଘରୋଇ ବର୍ଜ୍ୟକୁ ଏହା ଦ୍ୱାରା ଦରକାରୀ ସାଧନରେ ପରିଣତ କରାଯାଇପାରିବ । ଏହି ପ୍ଲାଣ୍ଟ ଦୈନିକ 10 ଲକ୍ଷ ବର୍ଜ୍ୟ ଜଳକୁ ବିଶୋଧିତ କରି ସେଥିରୁ ସ୍ୱଚ୍ଛ ଜଳ ଏବଂ 3 ଟନର ଜୈବ ଇନ୍ଧନ ଉତ୍ପାଦନ କରିପାରିବ । ଏହାର ବ୍ୟବହାରକ୍ଷମ ସାଧନ ଉତ୍ପାଦନ ବୃଦ୍ଧି କରାଯାଇ ସମଗ୍ର ବିଶ୍ୱ ପାଇଁ ଏହା ଏକ ମଡ଼େଲ ଉଦାହରଣରେ ପରିଣତ କରାଯିବ ବୋଳି ସେ ସୂଚାଇଥିଲେ ।

project

ଅନ୍ୟ ଏକ ଅଭିନବ ପ୍ରୟାସ ସ୍ୱରୂପ ଜୈବ ପ୍ରଯୁକ୍ତି ବିଭାଗ କେତେକ ସନ୍ତସନ୍ତିଆ, ବ୍ୟବହାର ଅଯୋଗ୍ୟ ତଥା ବନ୍ୟାପ୍ରବଣ ଭୂମିରେ ବନୀକରଣ କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଏହି ଭୂମିରେ ଏବେସୁଦ୍ଧା 2281ଟି ବିଭିନ୍ନ ଧରଣର ଚାରା ରୋପଣ କରାଯାଇଛି ଯାହା ବଢ଼ି ବିଶାଳ ବୃକ୍ଷରେ ପରିଣତ ହେବାପରେ ସେହି ସବୁଭୂମିରୁ ମୃତ୍ତିକା କ୍ଷୟ ହ୍ରାସ ପାଇବା ସହ ସେଠାକାର ପରିବେଶ ସବୁଜିମାରେ ଭରପୂର ହୋଇପାରିବ । ଏହିସବୁ ଚାରା ମଧ୍ୟରେ ସ୍ଥାନୀୟ 44ଟି ଧରଣର ସ୍ୱକୀୟ ଚାରା ରହିଛି । ଏଭଳି ବୃକ୍ଷ ରୋପଣ ଦ୍ୱାରା ସେହି ଅଞ୍ଚଳର ପରିବେଶ ନିର୍ମଳ ହେବ ଏବଂ ସନ୍ତସନ୍ତିଆ ଭୂମି ପୂର୍ବରୁ ଯେଭଳି ମଶାମାନଙ୍କ ଉତ୍ପତ୍ତିସ୍ଥଳ ହୋଇଛି ତାହା ଆଉ ସେପରି ରହିବନାହିଁ । ଏହା ବାୟୁ ତଥା ମୃତ୍ତିକାକୁ ସ୍ୱଚ୍ଛ କରିବ । ଏହିସବୁ ଚାରାକୁ ଅତ୍ୟାଧୁନିକ ପ୍ରଯୁକ୍ତି ତଥା ବୈଜ୍ଞାନିକ ପଦ୍ଧତିରେ ରୋପଣ କରାଯାଇଛି ଯଦ୍ୱାରା ଦୁଇ ତିନି ବର୍ଷ ମଧ୍ୟରେ ଏହା ପକ୍ଷୀ, କୀଟ ତଥା ଜୀବଜନ୍ତୁଙ୍କ ପାଇଁ ଅନୁରୂପ ଆବାସସ୍ଥଳୀ ସୃଷ୍ଟିକରିବ ।

ଆଜି ଉଦ୍ଘାଟିତ ହୋଇଥିବା “ଲୋଟସ ଏଚଆର” ପ୍ରକଳ୍ପ ଭାରତ ତଥା ଡ଼େନମାର୍କର ବୈଜ୍ଞାନିକମାନଙ୍କ ଏକ ମିଳିକ ପ୍ରୟାସ । ପ୍ରାୟ ଏକ ବର୍ଷ ତଳେ ଡ଼ିବିଟିଡ଼ିଡିଏ ସହ ଆଲୋଚନା କରି ସରାଇ କଲେ ଖାଁର ବାରାପୁଲ୍ଲା ଡ୍ରେନକୁ ଏଥିପାଇଁ ଚୟନ କରିଥିଲା । ଦିଲ୍ଲୀରେ ଏହି ପ୍ରକଳ୍ପକୁ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ଥାପନ କରାଯାଇଛି । ଡ଼ିଡ଼ିଏଏହି 200 ବର୍ଗମିଟର କ୍ଷେତ୍ରକୁ ଡ଼ିବିଟିକୁ ପାଞ୍ଚବର୍ଷ ପାଇଁ ଲିଜ ଭିତ୍ତିରେ ଯୋଗାଇ ଦେଇଛି । ଏହା ସନ୍ଡ଼ାୟାଲ ପାର୍କର ପାଶ୍ୱର୍ରେ ଅବସ୍ଥିତ । ଆଜି ଉଦ୍ଘାଟିତ ହୋଇଥିବା ଏହି ପ୍ରକଳ୍ପ ବିଜ୍ଞାନ ଓ ପ୍ରଯୁକ୍ତିକୁ କିଭଳି ଭାବେ ସଫଳତାରସହ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ତାହାର ଏକ ଅଭିନବ ଉଦାହରଣ।

ପଢନ୍ତୁ;ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

Related posts

ଆସନ୍ତାକାଲିଠୁ ଖୋଲିବ ଭିତରକନିକା

ENO Beuro

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

ENO Beuro

ଭୂମିକମ୍ପ: ୪.୦ ତୀବ୍ରତାରେ ଥରିଲା ଦିଲ୍ଲୀ-ହରିୟାଣା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More