News

ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

Sequence 1 01160919 750x430

ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନେ୍ଧ ରାକ୍ଷୀ । ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତ ରହିଜାଏ। ତେବେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି ଯାଜପୁର କଲେଜ ଛାତ୍ରୀ ।

Screen Shot 2019 08 09 At 9.47.19 Am 768x614

ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।

ଚଳିତ ବର୍ଷ ସ୍ୱାଧୀନତା ଦିବସ  ବା ଅଗଷ୍ଟ ୧୫ ତାରିଖରେ ପଡୁଛି ଏହି ରକ୍ଷା ବନ୍ଧନ । ଏଥିପାଇଁ କଲେଜର ଛାତ୍ରୀମାନେ ରକ୍ଷାବନ୍ଧନର ଗୀତ ଗାଇ ସୀମା ସରହଦରେ ରହୁଥିବା ସେହି ଯବାନଙ୍କ ପାଇଁ ରାଖୀ ପଠାଇଛନ୍ତି । ଯେଉଁମାନେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ରହି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି,ସେମାନେ ବିଭିନ୍ନ ପର୍ବପର୍ବାଣୀରେ ସାମିଲ ହୋଇପାରନ୍ତି ନାହିଁ । ସେହି ବୀର ଯବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ଏହି ଛାତ୍ରୀମାନେ। ଏହି ରାଖୀ ପଠାଇ ଯବାନମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କଲେଜ ଛାତ୍ରୀମାନଙ୍କ ଏଭଳି ଉଦ୍ୟମ ଯବାନମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ।
ପଢନ୍ତୁ: କେରଳରେ ବର୍ଷା ବିତ୍ପାତ

Related posts

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

ENO Beuro

ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

ENO Beuro

ଚିଲିକା ନିକଟ ସମୁଦ୍ରରେ ବୁଡି ବୁଡି ଯାଉଛି ମାଲେସିଆ ଜାହାଜ

Ratnamani Moharana

Leave a Comment