News

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । କୁଆଖାଇ ନଦୀ ପଠାରେ ଉନ୍ମୟଙ୍କୁ ଜିଅନ୍ତା ଜଳାଇ ଦେଇଥିଲେ ହତ୍ୟାକାରୀ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ରହସ୍ୟ ଉପରୁ ପରଦା ହଟିଛି। ପେଟରେ ଛୁରୀ ଭୁଷିବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ନିଆଁ ଲଗାଇ ଦିଆଯାଇଥିଲା। ସେଦିନ କୁଆଖାଇ ନଦୀ ପଠାରେ କଣ ଘଟିଥିଲା । ଉନ୍ମୟ ପାଢୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମନାକୁ ଆସିବା ପରେ, ଏସଂପର୍କିତ ତଥ୍ୟ ମଧ୍ୟ ଜଣା ପଡିଛି।

ଉନ୍ମୟଙ୍କ ଦେହରେ ଲାଗିଥିବା କ୍ଷତ ସଂପର୍କରେ ଅନେକ କଥା କହିଛି ପୋଷ୍ଟମର୍ଟମ ରିପୋର୍ଟ ।

ଏବଂ ଏହାକୁ ତର୍ଜମା କଲେ, କୁଆଖାଇ ନଦୀପଠାରେ ଏହିଭଳି ଘଟଣା ଘିଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଉନ୍ମୟଙ୍କ ସହ ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ୨ଦିନ ହେଲା ପୁଲିସ ଜେରା କରୁଛି । ସନ୍ଦେହ କରାଯାଉଛି ଉନ୍ମୟ ପାଢୀ ହତ୍ୟା ଘଟଣାରେ ପୁଲିସ ହାତରେ କୌଣସି ସୁରାକ ଲାଗିଛି । ତେବେ ବର୍ତମାନ ପୁଲିସ ଏସଂପର୍କରେ କିଛି ସ୍ପଷ୍ଟ କହୁନି ।ସେପଟେ ଘଟଣା ଘଟିବା ଦିନ ଏକ ନାଲି କାର ସହ ଜଣେ ଯୁବତୀ ଉପସ୍ଥିତ ଥିବା କଥା ସ୍ଥାନୀୟ ଲୋକେ କହିବା ପରେ, ପୁରା ଘଟଣା ଅଧିକ ରହସ୍ୟମୟ ହୋଇ ପଡିଛି।

ସୂଚନାଯୋଗ୍ୟ ୨୦ ମାର୍ଚ୍ଚ ୨୦୧୮ ଦିନ କୁଆଖାଇ ନଦୀ ପଠାରେ ଚାଲିଥିଲା ଘମାଘୋଟ ଲଢେଇ । କିଛି ଯୁବକ ଭାଇରାଲ ଭିଡିଓରେ ଥିବା ଉନ୍ମୟ ପାଢୀଙ୍କୁ ମାଡ ମାରୁଥିଲେ । ଉଦ୍ଦେଶ୍ୟ ଥିଲା ଉନ୍ମୟଙ୍କୁ ଜୀବନରୁ ଶେଷ୍ କରିଦେବା । ହଠାତ୍ ଜଣେ ଯୁବକ ହାତରେ ଧରିଥିବା ଛୁରୀରେ ଉନ୍ମୟଙ୍କ ପେଟକୁ ଭୁଷି ଦେଇଥିଲା । ପଛ ପଟରେ ଛିଡା ହୋଇଥିବା ଅନ୍ୟ ୨ ଜଣ ଯୁବକ ମାରଣାସ୍ତ୍ରରେ ଉନ୍ମୟଙ୍କ ମୁଣ୍ଡକୁ ହାଣି ପକାଇଥିଲେ । ଏକାଧିକ ଚୋଟ ଖାଇବା ପରେ, ଉନ୍ମୟ ନଦୀ ପଠା ଉପରେ ଟଳି ପଡିଥିଲେ । ଆଉ ଶେଷରେ ଜଣ ଯୁବକ ମିଶି ଉନ୍ମୟଙ୍କୁ ଜିଅନ୍ତା ଜାଳି ଦେଇଥିଲେ।

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ unmay

ପଢନ୍ତୁ; ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

Related posts

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro

ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ :ନରେନ୍ଦ୍ର ମୋଦି

ENO Beuro

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More