27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହୋଇଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ପୀଡ଼ିତାଙ୍କ ମରଶରୀର ଗତକାଲି ତାଙ୍କ ଗାଁରେ ପହଞ୍ଚିଥିଲା। ଏହାପରେ ଆଜି ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତାଙ୍କ ପରିବାରର ଜମିରେ, ଜେଜେ‌ବାପାଙ୍କ ସମାଧି ନିକଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅତ୍ୟନ୍ତ ଶୋକାକୁଳ ପରିବେଶ ଭିତରେ ସ୍ଥାନୀୟ ଗ୍ରାମବାସୀ ଓ ଅଧିକାରୀମାନଙ୍କ ଉପସ୍ଥିତିରେ ‌ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି।

 

ଭଉଣୀଙ୍କୁ ମିଳିବ ସରକାରୀ ଚାକିରି, ଭାଇଙ୍କୁ ବନ୍ଧୁକ ଲାଇସେନ୍ସ

 

ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବବେଳେ ପୀଡ଼ିତାଙ୍କ ଭଉଣୀ ମୁଖ୍ୟମନ୍ତ୍ରୀ ଆସିବା ପାଇଁ ଦାବି କରିଥିଲେ। ଏହାସହ  ତାଙ୍କ ଭଉଣୀ ସରକାରୀ ଚାକିରି କରିବାର ଥିଲା। ତେଣୁ ପରିବାରର ଜଣକୁ ସରକାରୀ ଚାକିରି ଦେବା ସହିତ ଅଭିଯୁକ୍ତମାନଙ୍କୁ ତୁରତ୍ଵ ଫାଶୀ ଦଣ୍ଡଦେବା ଜରୁରୀ। ପୀଡ଼ିତାଙ୍କ ବାପା ମଧ୍ୟ ସମାନ ଦାବିରେ ଅଡିବସିଥିଲେ। ସୂଚନାଯୋଗ୍ୟ, କମିଶନର ମୁକେଶ ମେଶ୍ରାମ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ପୀଡ଼ିତାଙ୍କ ଭାଇଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ତ୍ଵରିତ୍ଵ ବିଚାର ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପୀଡ଼ିତାଙ୍କ ପରିବାର ଅନ୍ତିମ ସଂସ୍କାର ପାଇଁ ମାନିଥିଲେ।

ପଢନ୍ତୁ: ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Related posts

ଶିବ ଲିଙ୍ଗରେ କ୍ଷୀର ନ ଢାଳି ଲୋକଙ୍କୁ ବାଣ୍ଟିଲେ

Ratnamani Maharana

ଅହମ୍ମଦାବାଦ ବିମାନବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ମୋଦି

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଆସିବ ହାଇକୋର୍ଟ ରାୟ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More