POLITICALS

ଧୀରେ ଧୀରେ ସାମ୍ନାକୁ ଆସୁଛି ଚୀନର ଅସଲ ରୂପ



ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଚେଦ ହେବାପରେ ଭାରତ ଅପେକ୍ଷା ପାକିସ୍ତାନରେ ଏହାର ଅଧିକ ବିରୋଧ ହେଉଛି । ପାକିସ୍ତାନ ଏହି ବିଷୟକୁ ନେଇ ଭାରତ ଉପରେ ଆନ୍ତରାଷ୍ଟ୍ରୀୟ ଚାପ  ପକାଇବା ପାଇଁ ଚେଷ୍ଟା କରୁଛି । ପାକିସ୍ତାନର ବାରମ୍ବାର ଅନୁରୋଧ ପରେ ଜାତିସଂଘ ସୁରକ୍ଷା ପରିଷଦ ଶୁକ୍ରବାର ଏହା ଉପରେ ବନ୍ଦ କୋଠରିରେ ଚର୍ଚ୍ଚା କରିବାକୁ ନିଷ୍ପତ୍ତି ନେଇଛି । ଏହି ବୈଠକରେ ଭାରତ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଚେଦ କରିବା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବନ୍ଦ କରିବା ନେଇ ଚର୍ଚ୍ଚା ହେବ । ସୂଚନା ଅନୁସାରେ ଜାତିସଂଘ ସୁରକ୍ଷା ପରିଷଦର ଅଧକ୍ଷ ଜୋନା ରିକୋନାକା  ସାମ୍ବାଦିକଙ୍କୁ କହିଛନ୍ତି ଅଗଷ୍ଟ ୧୬ ତାରିଖ ଦିନ ବନ୍ଦ କୋଠରିରେ ଜମ୍ମୁ-କାଶ୍ମୀର ବିଷୟରେ ଆଲୋଚନା ହେବ । ଏହା ସହ ପାକିସ୍ତାନର ବିଦେଶ ମନ୍ତ୍ରୀ  କହିଛନ୍ତି ଭାରତ ଯଦି ଏପରି ଆକ୍ରାତ୍ମକ କାର୍ଯ୍ୟ କରିବା ବନ୍ଦ ନକରେ ତେବେ ଆମେ ବି ଚୁପ ବସିବୁ ନାହିଁ ।

ତେବେ ଏହି ବୈଠକରୁ ପାକିସ୍ତାନକୁ ବିଶେଷ କିଛି ଫାଇଦା ନମିଳିପାରେ ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବରୁ ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଋଷ୍ ଓ ଆମେରିକା  ଭାରତର ଆଭ୍ୟନ୍ତରୀଣ ମାମଲା କହିବା ସହ ମଧ୍ୟସ୍ଥି କରିବେନି ବୋଲି ସ୍ପଷ୍ଟ କରିଛନ୍ତି ।

ପଢନ୍ତୁ: ବନ୍ୟା ବେଳେ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ଚର୍ଚ୍ଚାରେ ୧୨ ବର୍ଷର ବାଳକ

Related posts

ବିଜେପିରେ ସାମିଲ ହେବେ ଓଲିଉଡର ତାରକା ମିହିର ଦାସ ଓ ଅନୁ ଚୌଧୁରୀ

ENO Beuro

ଆଜି ଦଳ ଘୋଷଣା କରିବେ କମଲ ହାସାନ

ENO Beuro

ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

Ratnamani Moharana

Leave a Comment