Loading...

ଆଜି ଲୋକାର୍ପିତ ହେବ ମଧ୍ୟପ୍ରଦେଶର ମାନ୍ଧାତାପର୍ବତରେ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି

ଆଜି ଲୋକାର୍ପିତ ହେବ ମଧ୍ୟପ୍ରଦେଶର ମାନ୍ଧାତାପର୍ବତରେ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି

ମଧ୍ୟପ୍ରଦେଶର ଓମକେଶ୍ୱରରେ ତିଆରି ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ଫୁଟ୍ ଉଚ୍ଚତାର ବିଶାଳ ପ୍ରତିମା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।

ମଧ୍ୟପ୍ରଦେଶର ଓମକେଶ୍ୱରରେ ତିଆରି ହୋଇଛି  ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ଫୁଟ୍ ଉଚ୍ଚତାର ବିଶାଳ ପ୍ରତିମା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ । ଅଦଭେତ୍ୟ ଲୋକ ନାମରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ କରିବେ ।

ସୂଚନାନୁସାରେ, ୧୮ ସେପ୍ଟେମ୍ବରରେ ଏହାର ଅନାବରଣ କାର୍ଯ୍ୟକ୍ରମ ଥିବା ବେଳେ ବର୍ଷା ଯୋଗୁଁ ଏବେ ଆଜି ଏହି କାର୍ଯ୍ୟକ୍ରମ ରଖାଯାଇଛି ।  ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶାସକ ଦଳ ପ୍ରୟାସ କରୁଛି । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ନ୍ୟାସୀ ହୋଇ ଓଁଙ୍କାରେଶ୍ୱରରେ ପହଞ୍ଚିଥିଲେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.