ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

ଉତ୍ତର ପ୍ରଦେଶର ଯୋଗୀ ସରକାର ଆଜି ନିଜର ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି।

ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ଵାଲ ବିଧାନସଭାରେ ୪ ଲକ୍ଷ ୨୮ ହଜାର କୋଟି ଟଙ୍କାର ମେଗା ବଜେଟ୍ ଉପସ୍ଥାପନ କରିଛନ୍ତି। ଯୋଗୀ ସରକାରଙ୍କ ଏହି ବଜେଟରେ ୩୧୪ କୋଟି ୮୯ ଲକ୍ଷ ଟଙ୍କାରେ ଅନେକ ନୂତନ ଯୋଜନା ସାମିଲ ରହିଛି। ଏହି ବଜେଟରେ କୁମ୍ଭ ମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଏହି ଦ୍ଵିତୀୟ ବଜେଟରେ ସଡ଼କ, ବିଜୁଳି, ପାଣି ସହିତ ଧାର୍ମି ଉତ୍ସବ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି। ବଜେଟରେ ଅଯୋଧ୍ୟା, ବନାରସରେ ଦେବ ଦୀପାବଳି ଏବଂ ବରସାନାରେ ହୋଲି ପାଇଁ ଭିନ୍ନ ଭିନ୍ନ ପ୍ରକାରର ଫଣ୍ଡର ପ୍ରବାଧାନ କରିଛନ୍ତି। ବଜେଟରେ ଅଯୋଧ୍ୟାର ଦୀପାବଳି ଏବଂ ବ୍ରଜର ହୋଲି ଆୟୋଜନ ପାଇଁ ୧୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

ଆଉ ମଧ୍ୟ ରାଜ୍ୟ ସରକାର ଗାଜିଆବାଦରେ କୈଳାସ ମାନସରୋବର ଭବନ ନିର୍ମାଣର ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୯୪ କୋଟି ୨୬ ଲକ୍ଷ ଟଙ୍କା ଆବଣ୍ଟନ ମଧ୍ୟ କରିଛନ୍ତି। ଏହି ପ୍ରକଳ୍ପକୁ ୨୦୧୮ ଶେଷ ସୁଦ୍ଧା ପୁରା କରାଯିବାକୁ ପ୍ରସ୍ତାବ ରହିଛି। ଏହା ବ୍ୟତୀତ ବଜେଟରେ ରାମାୟାଣ ସର୍କିଟ, କୃଷ୍ଣ ସର୍କିଟ୍, ସୁଫି ସର୍କିଟ୍, ବୌଦ୍ଧ ସର୍କିଟ୍, ବୁନ୍ଦେଲଖଣ୍ଡ ସର୍କିଟ୍, ଜୈନ ସର୍କିଟ୍ ପାଇଁ ୭୦ କୋଟି ଟଙ୍କା ଏବଂ ତୀର୍ଥ ବିକାଶ ପରିଷଦର ସ୍ଥାପନା ଏବଂ ସୁବିଧା ପାଇଁ ୧୦୦ କୋଟି ଟଙ୍କାର ରାଶି ଆବଣ୍ଟନ କରାଯାଇଛି।

ପଢନ୍ତୁ;

ଅଣ୍ଟାବିନ୍ଧାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ଵାଲ ବିଧାନସଭାରେ ୪ ଲକ୍ଷ ୨୮ ହଜାର କୋଟି ଟଙ୍କାର ମେଗା ବଜେଟ୍ ଉପସ୍ଥାପନ କରିଛନ୍ତି। - 4.5

89%

ଆଉ ମଧ୍ୟ ରାଜ୍ୟ ସରକାର ଗାଜିଆବାଦରେ କୈଳାସ ମାନସରୋବର ଭବନ ନିର୍ମାଣର ଘୋଷଣା କରିଛନ୍ତି। - 4

79%
4.2/5

Very Good!

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

ଉତ୍ତର ପ୍ରଦେଶର ଯୋଗୀ ସରକାର ଆଜି ନିଜର ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି।ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ଵାଲ ବିଧାନସଭାରେ ୪ ଲକ୍ଷ ୨୮ ହଜାର କୋଟି ଟଙ୍କାର ମେଗା ବଜେଟ୍ ଉପସ୍ଥାପନ କରିଛନ୍ତି। ଯୋଗୀ ସରକାରଙ୍କ ଏହି ବଜେଟରେ ୩୧୪ କୋଟି ୮୯ ଲକ୍ଷ ଟଙ୍କାରେ ଅନେକ ନୂତନ ଯୋଜନା ସାମିଲ ରହିଛି। ଏହି ବଜେଟରେ କୁମ୍ଭ ମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

No Votes Yet

You're not rated yet