News

୨୦ରେ ଓଡିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

noida

ବିଜେପି ଟାର୍ଗେଟରେ ପଶ୍ଚିମବଙ୍ଗ ସାଙ୍ଗକୁ ଓଡ଼ିଶା ବି ରହିଛି। ଓଡ଼ିଶାରେ ବିଜେପିର ଗଡ଼ ମଜଭୁତ କରିବାକୁ ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶାରେ ବିଜେପି କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି। ମାର୍ଚ୍ଚ ୨ ସୁଦ୍ଧା ୧୪୭ ନିର୍ବାଚନ ମଣ୍ଡଳୀରେ ବିଜେପି ପରିବର୍ତ୍ତନ ସମାବେଶ କରିବ। ଏଥିରେ ୨୨ ଜଣ ହେଭିୱେ ନେତାଙ୍କ ଓଡ଼ିଶା ଗସ୍ତର ତାଲିକା ପ୍ରସ୍ତୁତ କରିଛି ।

ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ବିଷୟରେ ଦେଇଛନ୍ତି ଯେ, ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ ଯାଦବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଟିଟିଲାଗଡ଼ ଓ ରାଉରକେଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗ ଦେବେ।

ଅନ୍ୟପକ୍ଷେ,କଳାହାଣ୍ଡି ଓ ରାଉରକେଲା ଗସ୍ତ ପରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଫେବ୍ରୁଆରୀ ଶେଷ ସପ୍ତାହରେ ରାହୁଲ ଆସିବେ। ତେବେ ତାଙ୍କର ଗସ୍ତର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇନାହିଁ।

ପଢନ୍ତୁ; କାଶ୍ମୀରରେ ଏନ୍‌କାଉଣ୍ଟର: ୫ ଆତଙ୍କୀ ନିହତ

Related posts

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ !

ENO Beuro

ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସର ଅନ୍ତୋଦୟ ଭବନରେ ଭୟାବହ ଅଗ୍ନିକାଣ୍ଡ

ENO Beuro

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

ENO Beuro

Leave a Comment