POLITICALS

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଆଜି ଓଡିଶା ଗସ୍ତ

ଆଜି ବିଜେପି ପାଇଁ ପ୍ରଚାର କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ତାର ନିର୍ବାଚନୀ ପ୍ରଚାରକୁ  କରିଛି ଜୋର। ଓଡିଶା ଗସ୍ତରେ ବାରମ୍ବାର ଆସୁଛନ୍ତି ପ୍ରଧାମନ୍ତ୍ରୀ  ଓ ତାଙ୍କ ଦଳର ଷ୍ଟାର ପ୍ରଚାରକ । ତେବେ ଏବି ବିଜେପିର ଆଉ ଜଣେ ଷ୍ଟାର ପ୍ରଚାରକ ନିର୍ବାଚନୀ ପ୍ରଚାର ପାଇଁ ଆସୁଛନ୍ତି ଓଡିଶା । ଆଜି ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ବିଜେପିର ଷ୍ଟାର୍ ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ।ବ୍ରହ୍ମପୁର ସମେତ ଫୁଲବାଣୀର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଯୋଗୀ।

ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ  ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି ।ନିର୍ବାଚନ ପାଖେଇ ଆସୁଥିବାରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଭିନ୍ନ ଜାତୀୟ ନେତା ଡେରାପକାଇଛନ୍ତି ଓଡିଶାରେ । ସେହିପରି ଆସନ୍ତା ୭ ଓ ୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  ପୁଣି ଓଡିଶା ଆସିବେ । ୯ ତାରିଖରେ ପୁରୀରେ ରୋଡ୍ ସୋ  କରିବା ନେଇ ସୂଚନା ରହିଛି।
ପଢନ୍ତୁ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ନବୀନଙ୍କ ଫିଟନେସ ଭିଡିଓ

Related posts

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

Leave a Comment