News

କପି ରୋକିବାରୁ ପରୀକ୍ଷା ଦେଲେନି ୧୦ଲକ୍ଷ ଛାତ୍ରଛାତ୍ରୀ

By Krishna Kumar Manoj

February 10, 2018

ଚଳିତ  ବର୍ଷ ଉତ୍ତରପ୍ରଦେଶରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାରେ କପି ବନ୍ଦ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କପି ଧରିବାକୁ ସ୍ଵତନ୍ତ୍ର ସ୍କ୍ୱାଡ ଗଢାଯାଇଛି । ଏବଂ ସବୁ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ନଜରରେ ରଖାଯାଇଛି। ଫଳରେ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇଯାଇଛନ୍ତି।

ଯେଉଁ ଶିକ୍ଷକମାନେ କପି ଧରିବାରେ ସାହାଯ୍ୟ କରୁଥିଲେ  ସେମାନେ ଅସହାୟ ହୋଇପଡିଛନ୍ତି । ଫେବୁଆରୀ ୬ରୁ ଆରମ୍ବ ହୋଇଥିବା ଏହି ପରୀକ୍ଷା ୧ ମାସ ଯାଏ ହେବାକୁ ଥିବାବେଳେ ଗତକାଲି ଏହାର ତୃତୀୟ ଦିନ ଥିଲା । ଏହି ବର୍ଷ ୬୬ ଲକ୍ଷ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୦ ଲକ୍ଷ ପରିକ୍ଷାର୍ଥୀ  ପରିକ୍ଷା ଦେବାକୁ ଆସିନାହାନ୍ତି।

ଶିକ୍ଷାମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି  ଯେ ,୮୦ ପ୍ରତିଶତ ପରିକ୍ଷାର୍ଥୀ ହେଉଛନ୍ତି ରାଜ୍ୟ ବାହାରର । ସେମାନେ କେବଳ ନାମ ଲେଖାଇ ଦିଅନ୍ତି ଏବଂ ପରିକ୍ଷା ଦେବାକୁ ଆସନ୍ତି। କିନ୍ତୁ ଶିକ୍ଷକ ମାନେ କପି ଦ୍ଵାରା ପିଲାମାନଙ୍କୁ ପାସ କରିଦିଅନ୍ତି। ଚଳିତ ବର୍ଷ ଦୃଢ ପଦକ୍ଷ୍ୟପ ଯୋଗୁ ଏହା ସମ୍ଭବ ହୋଇନାହିଁ।

ପଢନ୍ତୁ;

ଟ୍ରେଡ ୟୁନିୟନ ପକ୍ଷରୁ : ବାଲେଶ୍ୱରରେ ୧୨ ଘଂଟିଆ ବନ୍ଦ ଡାକରା