Loading...

ବୟସ୍କ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ଘୋଷଣା କଲେ ଯୋଗୀ ସରକାର

ବୟସ୍କ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ଘୋଷଣା କଲେ ଯୋଗୀ ସରକାର

ଦିଲ୍ଲୀରେ ବିଭିନ୍ନ ମାଗଣା ଯୋଜନା ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ଏବେ ଦିଲ୍ଲୀର ବିଭିନ୍ନ ଯୋଜନାକୁ ନିଜ ନିଜ ରାଜ୍ୟରେ ପ୍ରଣୟନ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀମାନେ ।

ଦିଲ୍ଲୀରେ ବିଭିନ୍ନ ମାଗଣା ଯୋଜନା ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ଏବେ ଦିଲ୍ଲୀର ବିଭିନ୍ନ ଯୋଜନାକୁ ନିଜ ନିଜ ରାଜ୍ୟରେ ପ୍ରଣୟନ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀମାନେ । ସେ ମାଗଣା ବିଜୁଳି ଯୋଜନା ହେଉ କି ମାଗଣା ପାଣି ଯୋଜନା । ଏତିକି ନୁହେଁ ମାଗଣା ଶିକ୍ଷା, ମାଗଣା ସ୍ୱାସ୍ଥ୍ୟ, ମାଗଣା ବସ୍ ଯାତ୍ରା ଭଳି ଯୋଜନାକୁ ଏବେ ବିଭିନ୍ନ ରାଜ୍ୟ ସରକାର ପ୍ରଣୟନ କରିବାକୁ ଯାଉଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟର ବୟସ୍କ ମହିଳାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ଏହି ଘୋଷଣା ମୁତାବକ ରାଜ୍ୟର ଏବେ ୬୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ବସରେ ମାଗଣା ଯାତ୍ରାର ସୁବିଧା ମିଳିବ । ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ଏନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ  । ସରକାରଙ୍କ ସୂଚନା ମୁତାବକ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପରେ ବାର୍ଷିକ ୨୬୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ପୂର୍ବରୁ ଦେଶର ଅନ୍ୟ ଦୁଇଟି ରାଜ୍ୟରେ ବି ଏହି ଯୋଜନା ଲାଗୁ ହୋଇ ସାରିଛି । ପ୍ରଥମେ ଦିଲ୍ଲୀ ଓ ପରେ ରାଜସ୍ଥାନର କଂଗ୍ରେସ ସରକାର ରାଜ୍ୟର ମହିଳାମାନଙ୍କୁ ମାଗଣା ବସ ସେବା ଯୋଗାଇ ଦେଉଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.