News

ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ

Untitled 1

ଦେଶରେ ଶେଷ ହୋଇନି ଭିଆଇପି କଲଚର । ଭିଆଇପି କଲଚର ଶେଷ ହୋଇଥିବା ନେଇ ବାରମ୍ବାର ନାରା ଦେଉଥିଲେ ମଧ୍ୟ ମନ୍ତ୍ରୀମାନେ ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି । ଯୋଗ ଦିବସରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ସରକାରୀ ବାବୁଙ୍କ ହାତରେ ନିଜ ଜୋତାର ଫିତା ବନ୍ଧାଇ ବିବାଦକୁ ଆସିଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସର୍ବସମ୍ମୁଖରେ ସରକାରୀ କର୍ମଚାରୀଙ୍କୁ ଜୋତା ପିନ୍ଧାଇବା ପାଇଁ ଆଦେଶ ଦେଲେ ଯୋଗୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାମ ବିଲାସ ଚୌଧୁରୀ

ସଫେଇ ଦେଇ ମନ୍ତ୍ରୀ ଶୁଣାଇଲେ ଭଗବାନ ରାମ ଓ ଭରତ ଉପାଖ୍ୟାନ

ଯୋଗ ଦିବସରେ ଯୋଗୀ ମନ୍ତ୍ରୀ ଶୁଣାଇଲେ ରାମ ଭରତ ଉପାଖ୍ୟାନ । ଉତ୍ତରପ୍ରଦେଶର ଶାହଜହାଂପୁର ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କୁ ଜଣେ କର୍ମଚାରୀ ନିଜ ହାତରେ ଜୋତା ପିନ୍ଧାଉଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଭିଡ଼ିଓ ଭାଇରାଲ ପରେ ମନ୍ତ୍ରୀ ଅବାନ୍ତର କଥା କହି ସଫେଇ ଦେଇଛନ୍ତି । ମନ୍ତ୍ରୀ ରାମ ବିଲାସ ଚୌଧୁରୀ ସମସ୍ତଙ୍କୁ ଶୁଣାଇଛନ୍ତି ରାମ-ଭରତ ଉପାଖ୍ୟାନ ।ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏବେ ବି ନେତାମନ୍ତ୍ରୀମାନେ ସରକାରୀ କର୍ମଚାରୀଙ୍କୁ ସରକାରୀ କାମ ଅପେକ୍ଷା ବ୍ୟକ୍ତିଗତ କାମରେ ଅଧିକ ଲଗାଉଛନ୍ତି ।

ପଢନ୍ତୁ: ରାଜ୍ୟସଭା ଯିବେ ଅମର, ସସ୍ମିତ୍ ଓ ଅଶ୍ବିନୀ

Related posts

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

ENO Beuro

ଟ୍ୱିଟ କଲାପରେ ନିଜ ମ୍ୟାସେଜ ପୁଣି ପଢିପାରିବେ : ଟ୍ୱିଟର ଆଣୁଛି ବୁକମାର୍କ ଫିଚର

ENO Beuro

ଆଜି ମୋଦିଙ୍କ ଶପଥ ଗ୍ରହଣ: ଶପଥଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

Ratnamani Moharana

Leave a Comment