News

‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପୁଣି ବିବାଦରେ ପପୁ ପମପମ୍

Pappu 750x430

 ଶସ୍ତା । ଅତି ଶସ୍ତା । ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଥିବା ଏକ ଓଡିଆ ଫିଲ୍ମର ଭାଇରାଲ୍ ଫୋଷ୍ଟରକୁ ଦେଖିଲେ ଏହା ହିଁ କହି ହେବ ।

Whatsapp Image 2019 08 17 At 9.03.39 Am

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି ।ଏହି ଭାଇରାଲ୍ ପୋଷ୍ଟରର ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆଉ ଏହି ବିବାଦରେ ଛନ୍ଦି ହୋଇଯାଇଛନ୍ତି ପପୁ ପମପମ। ଏଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି ।

ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଛି । ଏହି ରଥର ଘୋଡ଼ା ଭାବେ ୭ ଜଣ ଯୁବତୀଙ୍କୁ ରଖାଯାଇଛି । ଯେଉଁମାନଙ୍କ ନିୟନ୍ତ୍ରଣ ପପୁ ପମପମଙ୍କ ହାତରେ ରହିଛି ।ଏଭଳି ଶସ୍ତା ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସେପଟେ, ଫିଲ୍ମ ନିର୍ମାଣ କରୁଥିବା ଫିଲ୍ମ ପ୍ରଯୋଜନା ସଂସ୍ଥା ଏଭଳି ବିବାଦକୁ ନେଇ ସଫେଇ ଦେଇଛି । ଫେସବୁକରେ ପୋଷ୍ଟରଟିକୁ ପୋଷ୍ଟକରି ପ୍ରଯୋଜନା ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଏହା ତାଙ୍କ ତରଫରୁ ନିର୍ମାଣ କରାଯାଇନାହିଁ । ପୁପୁଙ୍କ କୌଣସି ଫ୍ୟାନ କ୍ଲବ ପକ୍ଷରୁ ଏଭଳି ପୋଷ୍ଟ କରାଯାଇଥାଇପାରେ ।

ଉଲ୍ଲେଖ ଥାଉ କି, ଦୀର୍ଘ ଦିନ ପରେ ପୁଣି ରୂପେଲି ପରଦାକୁ ଫେରିଛନ୍ତି ପପୁ ପମପମ । କିଛି ଦିନ ପରେ ତାଙ୍କ ଅଭିନୀତ ଓଲିଉଡ୍ ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନେୟା’ ପରଦାକୁ ଆସିବାକୁ ଯାଉଛି । ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କୁ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ।ପୂର୍ବରୁ କାଷ୍ଟିଂକାଉଚ୍   ଲାଗି ବଦନାମ୍ ହୋଇଥିବା ପପୁ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟରରେ ଦେଖାଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ପଢନ୍ତୁ: ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

Related posts

ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩ ରଥ

Ratnamani Moharana

ପୁରୀର ମୁକୁଳା ଡ୍ରେନ୍‌ରେ ପଡ଼ି ପର୍ଯ୍ୟଟକଙ୍କ ପ୍ରାଣଗଲା

Ratnamani Moharana

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଗୋଟେ ପରିବାରର ୧୦ ମୃତ

ENO Beuro